
ବଲାଙ୍ଗୀର,୦୬/୦୭/୨୧ (ଜିଲ୍ଲା ଖବର) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା-କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥ ପୁଞ୍ଜିପଥର ନିକଟରେ ସଡକ ଦୁର୍ଘଟଣା। ବାଇକ ଏବଂ ମିନିଟ୍ରକ ମଧ୍ୟରେ ଏହି ଦୁର୍ଘଟଣା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି।
ଦୁଇ ବାଇକ ଆରୋହୀ କଣ୍ଟାବାଞ୍ଜି ଥାନା କୁକୁଡା ହାଡ ଗାଁର ବକ୍ତାବର ଯୁଗନିଆ,ଭୀଷ୍ମ ତାଣ୍ଡି ବୋଲି ଜଣାପଡିଛି। କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଗୁରୁତର ଆହତଙ୍କୁ ରାୟପୁରକୁ ସ୍ଥାନାନ୍ତର କରିଛି।



