Home ଅପରାଧ ଆଦିବାସୀ ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଦୁଇ ଗିରଫ

ଆଦିବାସୀ ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଦୁଇ ଗିରଫ

13

ମୟୁରଭଞ୍ଜ,୦୬/୦୭/୨୧ (ଜିଲ୍ଲା ଖବର) : ଆଦିବାସୀ ବିଧବା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଗଣଦୁଷ୍କର୍ମ ଅଭିଯୋଗରେ ମୋରଡା ଥାନା ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।ଦୁଷ୍କର୍ମର ଶିକାର ହୋଇଥିବା ବିଧବା ମହିଳାଙ୍କ ସହ ବୈଶିଙ୍ଗା ଥାନା ହେମପୁର ଗାଁର ଡାକ୍ତର ମହାନ୍ତ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଥିଲେ । ଗତ ତିନି ତାରିଖ ଦିନ ଡାକ୍ତର ଉକ୍ତ ମହିଳାଙ୍କୁ ରାଇବଣିଆ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମକୁ ଡାକି ନିଜ ସହଯୋଗୀଙ୍କ ସହ ହାତ ବାନ୍ଧି ଗଣଦୁଷ୍କର୍ମ କରିଥିଲେ ।

ତେବେ ମହିଳା ଜଣକ କୌଣସି ଉପାୟରେ ସେଠାରୁ ଖସି ଆସିଥିଲେ । ଏନେଇ ମୋରଡା ଥାନାରେ ମାମଲା ରୁଜୁ କରିଥିଲେ। ପରେ ମୋରଡା ପୋଲିସ ଦୁଇ ଜଣକୁ ଗିରଫ କରିଥିବା ଜଣାପଡିଛି।