
ଭୁବନେଶ୍ୱର, ୦୬/୦୭/୨୧ (ଜିଲ୍ଲା ଖବର) : କରୋନା କଟକଣା ଭିତରେ ଓଡ଼ିଶାରେ ଆଜି ଗଡ଼ିବ ବସ୍ । ରାଜ୍ୟର ୪୩ଟି ରୁଟ୍ରେ ଚାଲିବ OSRTC ବସ୍ । କେବଳ କାଟାଗରୀ-ଏ ରେ ଥିବା ଜିଲ୍ଲାରେ ଯାତ୍ରୀଙ୍କୁ ମିଳିବ ଏହି ସୁବିଧା । ବସ ଭିତରେ କଡ଼ାକଡ଼ି ପାଳନ ହେବ କୋଭିଡ ଗାଇଡଲାଇନ ।
ବସରେ କ୍ଷମତାଠୁ ଅଧିକ ଯାତ୍ରା ଏବଂ ଠିଆ ହେଇ ଯିବା ମନା । ଏହି ସବୁ ରୁଟ୍ ମଧ୍ୟରେ ରହିଛି ଅନୁଗୁଳ-ଜୟପୁର, ବରଗଡ଼-ବ୍ରହ୍ମପୁର, ଭବାନୀପାଟଣା-ବ୍ରହ୍ମପୁର, ଜୟପୁର-ଫୁଲବାଣୀ, ଜୟପୁର-ଗୁଣପୁର, ଓ କେନ୍ଦୁଝର-ବଲାଙ୍ଗିର ପରି ରୁଟ୍ ।
କରୋନା ଯୋଗୁ ପ୍ରାୟ ୨ ମାସ ହେବ ଠପ୍ ହୋଇଯାଇଥିବା ବସ୍ ସେବା ଧିରେ ଧିରେ ସ୍ୱାଭାବିକ ହେବାରେ ଲାଗିଛି। ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବା ପରେ ଜୁଲାଇ ୧ ତାରିଖରୁ ଆଂଶିକ ଲକଡାଉନର ଘୋଷଣା କରାଯାଇଛି । କାଟାଗୋରୀ-ଏରେ ଥିବା ଜିଲ୍ଲାରେ ଆଜିଠୁ ୪୩ଟି ରୁଟ୍ରେ ଗଡିବ OSRTC ବସ୍ । ରାଷ୍ଟ୍ରାୟତ୍ତ ନିଗମର ୧୬ଟି ଡିପୋରୁ ଏହି ସବୁ ବସ୍ ଚଳାଚଳ କରିବ । ଏହି ସବୁ ଜିଲ୍ଲାରେ କେବଳ ବସିବା କ୍ଷମତା ସହ ଚାଲିବ ବସ୍ ।


