

ବ୍ରହ୍ମପୁର,୨୯/୧୦(ଖିରୋଦ ଚନ୍ଦ୍ର ବେହେରା): ସୋମବାର ଦିନ ମାନବଧିକାର ସୁରକ୍ଷା ମଞ୍ଚ ,ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏକ ବିରାଟ ରାଲି ବାହାରି ସ୍ଥାନୀୟ ଆସିକା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଘଣ୍ଟ ଯାତ୍ରା ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆସିକା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ର ମାନ୍ୟତା ଅନୁଯାୟୀ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ଏବଂ ସମସ୍ତ ଭିତ୍ତିଭୂମି ସ୍ଥାପନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମେଡିକାଲ ଅଫିସରଙ୍କ ମାଧ୍ୟମରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।ସ୍ବାସ୍ଥ୍ୟ ସେବାରେ ଶହ ଶହ ଯୋଜନା କରିବା କିନ୍ତୁ ଜନତାକୁ ତାହା ସପୂର୍ଣ୍ଣ ଉପଲବ୍ଧ ନକରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଓ ସ୍ବାସ୍ଥ୍ୟ ସେବାକୁ ବ୍ୟବସାୟୀକରଣ କରିବା ତଥା ଘରୋଇକରଣ ପ୍ରୋତ୍ସାହନଦେବାକୁ ଦୃଢ ବିରୋଧ କରିଥିଲେ ।
ଅନ୍ୟ ପ୍ରମୁଖ ଦାବି ଗୁଡିକ ହେଲା:-
-ରକ୍ତ ଭଣ୍ଡାର କୁ ପୁନଃ ସକ୍ରିୟ କରିବା
-ଡିଜିଟାଲ ଏକ୍ସରେ, ଅଲଟ୍ରାସାଉଣ୍ଡ ଓସମସ୍ତ ଉନ୍ନତ ମାନର ମେସିନ ସ୍ଥାପନ କରିବା
-ମହାପ୍ରୟାଣ ଗାଡି ଯୋଗାଇବା
-ନିରାମୟ କେନ୍ଦ୍ର ରେ ସମସ୍ତ ଔଷଧ ଉପଲବ୍ଧ କରିବା ସହ ୨୪ଘଣ୍ଟିଆ ଖୋଲିବା
-ଶିଶୁ ବିଭାଗ କୁ କାର୍ଯ୍ୟକ୍ଷମକରିବା
-ବରିଷ୍ଠ ନାଗରିକ ଙ୍କୁ ପାଇଁ ସ୍ବତନ୍ତ୍ର ଜେରିଆଟ୍ରିକ୍ ବିଭାଗ ଖୋଲିବା
-ଆସିକାରେ ନଗର ଚିକିତ୍ସାଳୟ ସ୍ଥାପନ କରିବା
ଏହି ବିକ୍ଷୋଭ ରେ ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କାନ୍ତଗୟା, ଅନ୍ୟ ସଙ୍ଗଠନର କର୍ମକର୍ତ୍ତା ସଦସ୍ୟ ମାନେ ଉପସ୍ଥିତଥିଲେ l




