Sunday, November 15, 2026
Home ଆଞ୍ଚଳିକ Happy Birthday ରଣବୀର, ୩୬ ବର୍ଷରେ ପାଦ ଥାପିଲେ ବାଜିରାଓ

Happy Birthday ରଣବୀର, ୩୬ ବର୍ଷରେ ପାଦ ଥାପିଲେ ବାଜିରାଓ

6

ନୂଆଦିଲ୍ଲୀ,୦୬/୦୭/୨୧ (ଜିଲ୍ଲା ଖବର) :  ୩୬ ବର୍ଷରେ ପାଦ ଥାପିଲେ ବାଜିରାଓ। ବଲିଉଡର ନାମୀଦାମୀ ସୁପରଷ୍ଟାର ରଣବୀର ସିଂହଙ୍କର ଆଜି ଜନ୍ମଦିନ। ଏହି ଅବସରରେ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ରଣବୀରଙ୍କ ଆଜି ଜନ୍ମଦିନ।

ସବୁବେଳେ ନିଜ ଫ୍ୟାନମାନଙ୍କ ହୃଦୟରେ ରାଜ କରୁଥିବା ରଣବୀର ବ୍ୟାଣ୍ଡ ବାଜା ବାରାତରୁ ବଲିଉଡରେ ପାଦ ଥାପିଥିବା ଏହି କଳାକାର ପରବର୍ତ୍ତୀ ସମୟରେ ଦର୍ଶକଙ୍କୁ ବହୁ ଫିଲ୍ମ ଭେଟି ଦେଇଛନ୍ତି। ତେବେ ରଣବୀର ସବୁବେଳେ ନିଜ ଫିଲ୍ମ ସହ ଅତରଙ୍ଗୀ ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରୁହନ୍ତି । 

୧୯୮୫ ଜୁଲାଇ ୬ରେ ମୁମ୍ବାଇରେ ରଣବୀରଙ୍କ ଜନ୍ମ ହୋଇଥିଲା। ବଲିଉଡର ଚିର ସବୁଜ ଅଭିନେତା ଅନିଲ କପୁରଙ୍କ ସମ୍ପର୍କୀୟ ହେଉଛନ୍ତି ରଣବୀର। ସେ ଦୀପିକା ପାଦୁକୋନଙ୍କୁ ୬ ମାସ ଡେଟ୍ କରିବା ପରେ ୨୦୧୮ ନଭେମ୍ଵର ୧୪ରେ ଅଭିନେତ୍ରୀ ବିବାହ କରିଛନ୍ତି।

ଅନ୍‌ସ୍କ୍ରିନ୍ ହେଉକି ଅଫ୍‌ସ୍କ୍ରିନ୍ ଏହି ଯୋଡିଙ୍କୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରନ୍ତି। ସଞ୍ଜ ଲିଲା ଭଂସାଲୀଙ୍କ ଫିଲ୍ମ ଗୋଲିୟୋଁ କି ରାସଲୀଲାଲ ରାମଲୀଲା ଫିଲ୍ମରେ ପତିପତ୍ନୀ ଏକା ସାଙ୍ଗରେ କାମ କରିଛନ୍ତି। ଏହାପରେ ଫାଇଣ୍ଡିଙ୍ଗ୍ ଫନି, ବାଜିରାଓ ମସ୍ତାନୀ, ପଦ୍ମାବତ ଭଳି ଫିଲ୍ମରେ ଦୁହେଁ ଏକା ସାଙ୍ଗରେ କାମ କରିଛନ୍ତି।