Wednesday, November 11, 2026
Home ଆଞ୍ଚଳିକ ଚାଷୀ ବାନ୍ଧୁଛନ୍ତି ଜଳକର ପଡ଼ିଆ ପଡ଼ିଛି ଚାଷ ଜମି ଚାଷୀ ମହଲରେ ଅସନ୍ତୋଷ

ଚାଷୀ ବାନ୍ଧୁଛନ୍ତି ଜଳକର ପଡ଼ିଆ ପଡ଼ିଛି ଚାଷ ଜମି ଚାଷୀ ମହଲରେ ଅସନ୍ତୋଷ

14

ହିଞ୍ଜିଳିକାଟୁ,୬/୦୭(ଜିଲ୍ଲା ଖବର) : ଆଷାଢ଼ରେ ବର୍ଷାର ଦେଖାର ନଥିବାରୁ ବର୍ତମାନ ସୁଧା ଚାଷ କାମ ଆରମ୍ଭ ହୋଇପାରୁନି ।ଅନ୍ୟପଟେ ଚେକଡ଼୍ୟାମ ଶୁଖିଲା ପଡ଼ିଛି ।୭ ନଂ କେନାଲ ଜୟମଙ୍ଗଳ କେନାଳ ଓ ବଳଧିଅ କେନାଲ ରେ ପାଣି ଆସୁନଥିବାରୁ ହଜାର ହଜାର ଜମି ତଳି ପୋଡ଼ି ନଷ୍ଟ ହେବାକୁ ବସିଲାଣି ।ବର୍ଷ ବର୍ଷ ଧରି ଜଳକର ବାନ୍ଧି ଆସୁଥିଲେ ମଧ୍ୟ ଜମିରେ ପାଣି ନ ପହଚିଂବା ପରିତାପର ବିଷୟ ବୋଲି ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି ।
ପ୍ରକାଶ ଥାଉକି ଆଙ୍କୋରଡ଼ା ଗ୍ରାମ ଦେଇ ଜୟମଙ୍ଗଳ କେନାଲ ହିଞ୍ଜିଳି ବ୍ଳକ ଖରିଡ଼ା ଗ୍ରାମରେ ଚଷୀ ନିମନ୍ତେ ଜଳ ଯୋଗାଣ ଲକ୍ଷରେ ଗୋଟିଏ ଚେକ ଡ଼୍ୟାମ ନିର୍ମାଣ ଧୁଦ୍ର ଜଳ ସେଚନ ବିଭାଗ ତରଫରୁ କରାଯାଇଥିଲା ।ଆଙ୍କୋରଡ଼ା ଗ୍ରାମ ରୁ ଯାଇଥିବା କେନାଳ ବର୍ଷକୁ ହୁୁଡ଼ା ମାଟି ସଫା କରିବାର ଆଳରେ ଯନ୍ତ୍ରୀ ଓ ଠିକାଦାର ମିଳିମିଶି କେନାଳ ସଫା କରିବା ଆଳରେ କେନାଳ ମାଟି ଖରିଡା ଗ୍ରାମ ର ଜୈାନିକ ଇଟା ଭାଟି ମାଲିକଙ୍କୁ ମାଟି ବିକ୍ରି କରାଯାଉଥିବା ଅଭିେଯୋଗ ମଧ୍ୟ ହୋଇଛି ।ଏ ନେଇ ହିଞ୍ଜିଳି କ୍ଷୁଦ୍ର ଜଳସେଚନ ବିଭାଗେୀୟ ଯନ୍ତ୍ରୀଙ୍କୁ ମାଟି ଖୋଳା ଆଳରେ କେନାଳ ସଫେଇ କରି ମାଟି ହୁଡ଼ାରେ ନଦପକାଇ ଅଧିକ ଖାଲ କରି ମାଟି ବିକ୍ରି କରାଯାଉଥିବା ଅଭିଯୋଗ ବିଷୟରେ ପଚାରୀ ବୁଝିବାରୁ ଏ ନେଇ ଜାରି ନଥିବା ସଫେଇ ଦେଇଛନ୍ତି ।କେନାଳ ମାଟି ବିକ୍ରି କରାଯାଉଥିବା ବେଳେ ଖରିଡ଼ା ଗ୍ରାମ ମୁହଂରେ ୂଥିବା ଆନିକେଟ ଘଛ ରେ ଘେରି ହୋଇ ରହିଥିଲେ ମଧ୍ୟ ରକ୍ଷଣା ବେକ୍ଷଣ କରିବା ଦୁରରକଥା ଗଛ ଗୁଡ଼ିକୁ ମଧ୍ୟ କଟାଯାଇନାହିଂ ଫଳରେ ଡ଼୍ୟାମର ସ୍ତାୟିତ୍ୟ ନେଇ ପ୍ରା୍ଶ୍ନବାଚି ସୃଷ୍ଟି ହୋଇିଛି ।

ଚ୍ୟାକଡେ଼ମ ନିକଟରେ ହିଞ୍ଜିଳି ବିିଲକୁ ଯିବାକୁ ଥିବା ଶାଖା ନାଳ ରକ୍ଷଣା ବେକ୍ଷଣ ଅଭାବରୁ ପୋତି ହେବାକୁ ବସିଲାଣି । ଏଥି ସହ ବର୍ଷା ଦିନେ ଅଧିକ ଜଳ ଆସିବା ଯୋଗୁଂ ପଟୁ ମାଟି ବାଲି ଜମିବା ସହ ଚ୍ୟାକଡେ଼ମ ଭରିଯିବାରୁ ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଇଛି । ।ଅଚଂଳ ଚାଷୀ ମାନେ ଜମିରେ ଜଳ ସେଚନ ହୋଇପାରୁ ନଥିବା ଅଭିଯୋଗ କରିଛନ୍ତି ।ଚଳିତ ବର୍ଷ ଜଳା ଅଭାବରୁ ଜମି ଚାଷ ନହୋଂଇ ପଡ଼ିଆ ପଡ଼ିବା ଥୟ ବୋଲି ଚାଷୀ କ୍ଷୋବର ସହ ପ୍ରକାଶ କରିଛନ୍ତି ।ସେହିପରି ମାଂକରେଇଶୁଣୀ ମନ୍ଦିର ନିକଟ ଦେଇ ଶିକିରି ଗ୍ରାମ,ଗିରିଆ ଗ୍ରାମ ଓ ଆଲପୁର ମଧ୍ୟକୁ ଯାଇଥିବାେ ବଳଧିଆ କେନାଳ ଚଉଡ଼ା କମାଇ କେନାଳ କାମରେ ଅନିୟମିତତା ଜମକୁ ପାଣି ନ ଗଲାପରି ତିଆରି ହୋଇଥିବା ଅଭିଯୋଗ ହୋଇଛି ।ଶିକିରି ମଶାଣି ଠାରୁ ମା କରେଈଶୁଣମନ୍ଦିର ମଧ୍ୟରେ କେମାଳ ରୁ ଜମିକୁ ପାଣି ଯିବା ନିମନ୍ତେ ଏକ ହ୍ୱୁମ ପାଇପ ବସାଯାଇଛି ।କିନ୍ତୁ ,ଏ୦ି ହ୍ୱୁମ ପାଇପ କେନାଳ ତଳସ୍ତର ଠାରୁ ୨ ଫୁଟ ଉପରକୁ ବସାଯାଇଥିବାରୁ ଚାଷୀଙ୍କ ଜମିରେ ପାଣି ପହଚିଂ ପାରିବ ନାହିଂ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି ।କାରଣ ମାଟି ଖସି ହ୍ୱୁମ ପାଇପଟି ପୋତି ହୋଇଯାଇଥିବା ଦେଖିବାକୁ ମିଳିଛି । ।
ରିପୋର୍ଟ, ରଜନୀ କାନ୍ତ ପାତ୍ର ।