
ଜଟଣୀ,୬/୦୭(ଜିଲ୍ଲା ଖବର) : ଜଟଣୀ ତହସିଲ ଅନ୍ତର୍ଗତ ରାଣୀପୁର ମୈାଜାରେ ଏକ ସରକାରୀ ଜମିରେ ହୋଇଥିବା ସର୍ବସାଧାରଣ ରାସ୍ତାକୁ ଏକ ମହିଳା ଗୋଷ୍ଠୀ ଅଗ୍ରାଧିକାର କରି ପାଚେରୀ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଫଳରେ ଏହି ରାସ୍ତାଦେଇ ଯାଉଥିବା କେତେକ ପରିବାର ସହିତ ବୃଦ୍ଧାଶ୍ରମର ଅନ୍ତେବାସୀମାନେ ଅସୁବିଧାର ସମୁଖୀନ ହୋଇଛନ୍ତି । ଏହାର ପ୍ରତିବାଦରେ ବୃଦ୍ଧାଶ୍ରମ ଅନ୍ତେବାସୀ ଓ ଅନ୍ୟାନ୍ୟ ଅଭିଯୋଗ କାରିମାନେ ଜଟଣୀ ତହସିଲ ସମୁଖରେ ଶାନ୍ତିପୁର୍ଣ୍ଣ ଧାରଣା ଦେଇଥିଲେ । ସୁଚନାନୁସାରେ, ଜଟଣୀ ତହସିଲ ଅନ୍ତର୍ଗତ ରାଣୀପୁର ମୈାଜାର ଖାତା ନଂ୫୪,ପ୍ଲଟ ନଂ୧୧୮,୨୦୭,୨୦୪ ଓ ୧୪୨ର ମୋଟ ୩୭୫ ଡିସମିଲ ସ୍ଥିତିବାନ ଜମିରେ ସମାଜସେବୀ ଗୈାତମ ମହାରଣା ବାପା ମା ସେବାଶ୍ରମ ନାମକ ଏକ ବୃଦ୍ଧାଶ୍ରମ ଖୋଲିଛନ୍ତି । ଏଥିରେ ଅସହାୟ ମହିଳା ଓ ପୁରୁଷ ରହିଛନ୍ତି । ମାତ୍ର ସେବାଶ୍ରମ ଏବଂ ଅନ୍ୟ କେତେକ ପରିବାର ରହୁଥିବା ଲୋକମାନଙ୍କପାଇଁ ଏକମାତ୍ର ରାସ୍ତା ହେଉଛି ସରକାରୀ ରାସ୍ତା । ଉକ୍ତ ରାସ୍ତାରେ ପୁରୁଷାନୁକ୍ରମେ ସମସ୍ତ ଲୋକମାନେ ଯାତାୟତ କରିଥାନ୍ତି । ତେବେ ଗତମାସ ୨୪ ତାରିଖରେ ଏହି ସରକାରୀ ରାସ୍ତାକୁ ସ୍ଥାନୀୟ ଅଂଚଳର ଏକ ଗୋଷ୍ଠୀର ମହିଳାମାନେ ଅଗ୍ରାଧିକାର କରିଥିବା ନେଇ ସେବାଶ୍ରମର ସଭାପତି ଗୈାତମ ମହାରଣା ଜଟଣୀ ତହସିଲଦାରଙ୍କୁ ଅବଗତ କରିଥିଲେ । ହେଲେ ତାହା କୈାଣସି କାର୍ଯ୍ୟକାରୀ ହୋଇନଥିଲା । ମାତ୍ର ଚଳିତ ଶନିବାର ଓ ରବିବାର ଲକଡାଉନ ସମୟରେ ମହିଳା ଗୋଷ୍ଠୀମାନେ ଉକ୍ତ ରାସ୍ତା ଉପରେ ଏକ ପ୍ରାଚେରୀ ନିର୍ମାଣ କରିଥିଲେ । ଏଠାରେ ଏକ ମହିଳା ମାନଙ୍କଲାଗି ଗୋଷ୍ଠୀଗୃହ ନିର୍ମାଣ ହେବ ବୋଲି ମହିଳାମାନେ ଅଗ୍ରାଧିକାର କରି ନିର୍ମାଣ କରିଥିବା କହିଛନ୍ତି । ତେଣୁ ଏନେଇ ଗୈାତମ ରବିବାର ତହସିଲଦାରଙ୍କୁ ଅବଗତ କରାଇଥିଲେ । କୈାଣସି ସୁଫଳ ନହେବାରୁ ଯାତାୟତ ସମସ୍ୟାକୁ ନେଇ ସୋମବାର ଏହି ରାସ୍ତାଦେଇ ଯାଉଥିବା କେତେକ ପରିବାରର ମହିଳା ଓ ପୁରୁଷଙ୍କ ସହିତ ଅନ୍ତେବାସୀମାନେ ତହସିଲ ସମୁଖରେ ଶାନ୍ତିପୁର୍ଣ୍ଣଭାବେ ଧାରଣା ଦେଇଥିଲେ । ଏନେଇ ତହସିଲଦାର ଘଟଣାସ୍ଥଳକୁ ଯାଇ ଏହାର ସମାଧାନ କରିବାଲାଗି ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।
ରିପୋର୍ଟ, ସଞ୍ଜୀବ କୁମାର ।


