Monday, October 12, 2026
Home ଆଞ୍ଚଳିକ ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ମୋ କଲେଜ ଅଭିଯାନ

ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ମୋ କଲେଜ ଅଭିଯାନ

15

ବାଲିଗୁଡା, 05/07 { ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ କଲେଜ ପରିସରରେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଘର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାସ୍କର ନାୟକ ସଭାପତିତ୍ୱକରିଥିଲେ lମହାବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ପୂରଣ କରିବା ନେଇ କମିଟି ସଦସ୍ୟ ମାନଙ୍କମଧ୍ୟରେ ଆଲୋଚନା କରାଯାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ନିଷ୍ପତି ନିଆ ଯାଇଥିଲା।ଏହା ସହିତ ପ୍ରତି ମାସର ଶେଷ ସପ୍ତାହରେ ବୈଠକ କରାଯିବାକୁ ନିଷ୍ପତି ନିଆଗଲା। ଉପସ୍ଥିତ ଥିବା ସଦସ୍ୟ ମାନେ ହେଲେ ଇତିହାସ ବିଭାଗ ଅଧ୍ୟାପକ ଅକ୍ଷୟ କୁମାର ବେହେରଦଳେଇ , ଅଧ୍ୟାପିକା ଲଳିତା ସିଂ, କଲେଜର ପୂର୍ବତନ ଛାତ୍ର ଅଜିତ ପରିଡା, ବାବୁନି ପଣ୍ଡା, ଆନନ୍ଦ ବଳିୟାରସିଂ, ମୋ କଲେଜର ସଂଯୋଜକ ଉପେନ୍ଦ୍ର କୁମାର ଛଟାଇ, ଲକ୍ଷ୍ମୀକାନ୍ତ ରାଜଗୁରୁ, ସୁବାସ ବଳିୟାରସିଂ ଓ ବନବାସୀ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସେବେରିଆନ ଉଠାନସିଂ ସହିତ ମହାବିଦ୍ୟାଳର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।