Thursday, October 15, 2026
Home ଆଞ୍ଚଳିକ ଅଟୋ ଦୁର୍ଘଟଣା 4 ଜଣ ଗୁରୁତର 25 ଜଣ ଆହତ

ଅଟୋ ଦୁର୍ଘଟଣା 4 ଜଣ ଗୁରୁତର 25 ଜଣ ଆହତ

13

ବାଲିଗୁଡ଼ା , 05/07 {ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି 59 ନଂ ଜାତୀୟ ରାଜପଥ ସ୍ଥିତ ସିମନବାଡ଼ି ମେଡିକାଲ ନିକଟରେ ଏକ ପାସେଞ୍ଜର ଅଟୋ ନଂ OD 12 D 3324 ରେ 25 ଜଣ ଲୋକଙ୍କୁ ଧରି ସୋମବାର ଅପରାହ୍ନରେ ତିଲୋରୀ ପଞ୍ଚାୟତ ଅନ୍ତର୍ଗତ ଅରାକାମ୍ବା ଗ୍ରାମରୁ ପର୍ତମାହା ପଞ୍ଚାୟତ ଅନ୍ତର୍ଗତ କାଡାସପାଟା ଗ୍ରାମର ଏକ ଭୋଜିକୁ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା । ଅଟୋଟି 25 ଜଣ ଯାତ୍ରୀଙ୍କୁ ବସାଇ ଦ୍ରୁତଗତିରେ ଯାଉଥିବା ସମୟରେ ରାସ୍ତା ଉପରେ ଗାଇଗୋରୁ ରହିଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ଓଲୋଟି ପଡିଥିଲା । ଫଳରେ ଅଟୋ ଭିତରେ ବସିଥିବା 25 ଜଣ ଲୋକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଅଧିକ ଛୋଟ ପିଲା ରହିଥିବା ବେଳେ ବୃଦ୍ଧବୃଦ୍ଧା ଓ ମଧ୍ୟ ବୟସ୍କ ଲୋକ ରହିଥିଲେ । 25 ଜଣ ଆହତଙ୍କ ମଧ୍ୟରୁ 4 ଜଣ ଗୁରୁତର ଥିବାରୁ ସେମାନଙ୍କୁ 108 ଆମ୍ବୁଲାନ୍ସ ଯୋଗେ ବାଲିଗୁଡ଼ା ମେଡିକାଲକୁ ରେଫର କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ସିମନବାଡ଼ି ମେଡିକାଲରେ ହିଁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ଛାଡି ଦିଆଯାଇଥିଲା । ଗୁରୁତର 4 ଜଣ ହେଲେ ଅରାକାମ୍ବା ଗ୍ରାମର ଏକ ବର୍ଷର ଶିଶୁ ବର୍ଷା ମଳିକ, ଚିଣ୍ଟୁ ମଳିକ (16 ବର୍ଷ ), କାନିରୀ ମଳିକ (60 ବର୍ଷ ),ଲଳିତା ପ୍ରଧାନ(35 ବର୍ଷ ) । ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ପୋଲିସ ଖବର ପାଇ ଥାନା ଅଧିକାରୀ କୌଶିକ ମାଝୀଙ୍କ ନିର୍ଦେଶ କ୍ରମେ ଏ ଏସ ଆଇ ବିରେନ୍ଦ୍ର ପ୍ରଧାନ ଓ ଉମାଚରଣ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ହୋଇଥିବା ଅଟୋକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଏଥି ସହିତ ଆହତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ପଚାରି ବୁଝିଥିବା ଜଣାପଡିଛି l