
ଜଟଣୀ,୫/୦୭(ଜିଲ୍ଲା ଖବର) : ଜଟଣୀ ଥାନାଛକଠାରୁ ତିରିମଲ ପର୍ଯ୍ୟନ୍ତ ମୂଖ୍ୟରାସ୍ତାର ସମସ୍ୟା ଦିର୍ଘଦିନ ପରେ ଏବେ ସମାଧାନ ହେବାକୁ ଯାଉଛି । ପ୍ରତିଦିନ ଏହିବାଟ ଦେଇ ଯାଉଥିବା ହଜାର ହଜାର ଲୋକମାନଙ୍କ ସମସ୍ୟାକୁ ଉପଲବ୍ଧି କରି ରାଜ୍ୟ ସରକାର ଉକ୍ତ ରାସ୍ତାର ପୁନରୁଧାର କାର୍ଯ୍ୟଲାଗି ପ୍ରକଳ୍ପ ଜାରି କରିଛନ୍ତି । ଏନେଇ ସୋମବାର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏହାର ଶିଳାନ୍ୟାସ କରିଛନ୍ତି । ଜଟଣୀଥାନା ଛକଠାରୁ ତିରିମଲ ପର୍ଯ୍ୟନ୍ତ ୧୦କି:ମି ମୂଖ୍ୟରାସ୍ତାର ପୁନରୁଧାର କାର୍ଯ୍ୟାରମ୍ଭ ହୋଇଯାଇଛି । ଏହାକୁ ଠିକାଦାର ୧୧ମାସ ମଧ୍ୟରେ ସାରିବାକୁ ପ୍ରତିଶୃତି ଦେଇଛନ୍ତି । ଏହି ପ୍ରକଳ୍ପଲାଗି ୭.୮କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏହା ଯୁଦ୍ଧକାଳିନଭିତିରେ ସମାପନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ପୁର୍ତବିଭାଗ ଯନ୍ତ୍ରୀ ଉଦୟନାଥ ବେହେରା, ଠିକାଦାର ଶିବପ୍ରସାଦ ପରିଡା, ଜଟଣୀନାଗରୀକ କମିଟିର ସଭାପତି ମନ୍ମଥ ରାଉତରାୟ, ବିବେକାନନ୍ଦ ବଡଜେନା, କୋଇଲି ସୁବୁଦ୍ଧି,ପୁର୍ବତନ କାଉନସିଲର ଜଟାଧାରୀ ପ୍ରଧାନ,ଅନନ୍ତ ବେହେରା, ଲୁସେନ ରାୟ, ନୈାସର ଅଲୀ, ନଗରକଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ମାଧବ ପାଟ୍ଟଶାଣୀ, ଶିବପ୍ରସାଦ ଦାସ, କାଳନ୍ଦୀ ନାୟକ, ସଂକେତ ପାଟ୍ଟଶାଣୀ,ଜୟସୁରଜ ପଟ୍ଟନାୟକ, ଦୀପ୍ତ ସୁନ୍ଦର ରାଉତରାୟ, ସୂର୍ଯ୍ୟକାନ୍ତ ବଳିୟାରସିଂହ, ସୈାମ୍ୟ ଶ୍ରିଚନ୍ଦନ,ଦିଲିପ ପ୍ରଧାନଙ୍କ ସହିତ ଅନ୍ୟମାନେ ଯୋଗଦେଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ବିଧାୟକଙ୍କ ରାଜନୈତିକ ସଚିବ କଳିଙ୍ଗ କୁମାର ସାହୁ ପରିଚାଳନା କରିଥିଲେ ।
ରିପୋର୍ଟ, ସଞ୍ଜୀବ କୁମାର ।


