Thursday, October 15, 2026
Home ଆଞ୍ଚଳିକ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

17

ବ୍ରହ୍ମପୁର,୨୯/୧୦ (ବିଚିତ୍ର ସାହୁ) : ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହି ମୋଟ ୮୪ଟି ଅଭିଯୋଗ ର ଶୁଣାଣି କରିଥିଲେ। ଏଥି ମଧ୍ୟରୁ ୫ଟି ବ୍ୟକ୍ତିଗତ ସମାସ୍ୟା,୪ଟି ଗ୍ରାମ ସମାସ୍ୟା ର ଶୁଣାଣି କରିବା ସହ ୬୯ଟି ଅଭିଯୋଗର ସଙ୍ଗେସଙ୍ଗେ ଫଇସଲା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିରୁ ଜଣଙ୍କୁ ୨୦ହଜାର ଟଙ୍କା,୫ଜଣଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୬୬ହଜାର ଟଙ୍କା ପ୍ରଦାନ କରିଥିଲେ। ଏହୀ ଅଭିଯୋଗ ଶୁଣାଣିରେ ବ୍ରହ୍ମପୁର ଏସପି ପିନାକ ମିଶ୍ର, ଉପଜିଲ୍ଲାପାଳ ସିନ୍ଦେଦତ୍ତାତ୍ରୟ ଭାଉସାହେବଙ୍କ ସମେତ ଉପଖଣ୍ଡ ସ୍ତରୀୟ ବିଭାଗୀୟ ଅଧିକାରୀ ,ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।