Wednesday, November 11, 2026
Home ଆଞ୍ଚଳିକ ହିଞ୍ଜିଳିକାଟୁ ରେ ୧୮ରୁ ୪୪ବର୍ଷ ବ୍ୟକ୍ତି ଙ୍କୁ ପ୍ରଥମ ଡୋଜ କୋଭକ୍ସିନ ଟୀକା

ହିଞ୍ଜିଳିକାଟୁ ରେ ୧୮ରୁ ୪୪ବର୍ଷ ବ୍ୟକ୍ତି ଙ୍କୁ ପ୍ରଥମ ଡୋଜ କୋଭକ୍ସିନ ଟୀକା

15

ହିଞ୍ଜିଳିକାଟୁ,୫/୦୭(ଜିଲ୍ଲା ଖବର) : ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳ ରେ ଆଜି ଠାରୁ ପ୍ରଥମ ଥର ପାଇଁ କୋଭିଡ଼ ଟୀକାକରଣ କେନ୍ଦ୍ରରେ ଲୋକଙ୍କୁ ଦିଆଯାଇଛି କୋଭକ୍ସିନ ଟୀକା। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ସଂପୃକ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି। ହିଞ୍ଜିଳିକାଟୁ ପୌରାଞ୍ଚଳ ବରିଷ୍ଠ ନାଗରିକ ଚିତ୍ତୋବିନୋଦନ କେନ୍ଦ୍ର ସମେତ ବଡଖଣ୍ଡି, ନିମିଗାଁ, ବାଳକୃଷ୍ଣପୁର, ବେଲଗାଁ ଉକ୍ତ ଚାରିଟି ପଞ୍ଚାୟତ ରେ ,, ୧୮ରୁ୪୪ ବ୍ୟକ୍ତି ମାନଙ୍କୁ କୋଭକ୍ସିନଟୀକା ପ୍ରଦାନ କରାଯାଇଛି। ଗତ କାଲି  ସନ୍ଧ୍ୟା ରେ ଟୀକା ଗ୍ରହଣ ଲାଗି ସ୍ଲଟବୁକିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲା । କେବଳ ୧୮ରୁ ୪୪ ବର୍ଷାୟ ଯେଉଁ ମାନେ ଆଦୌ ଟୀକା ନେଇ ନାହାଁନ୍ତି ସେମାନଙ୍କୁ କୋଭକ୍ସିନଟୀକା ଦିଆଯିବ। ଏହା ସହ ଯେଉଁ ମାନେ ପ୍ରଥମ ଡୋଜ୍ ନେଇଛନ୍ତି ସେମାନଙ୍କୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ Covishield ଟୀକା ୨ତୀୟ ଡୋଜ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

ରଜନୀକାନ୍ତ ପାତ୍ର ହିଂଜିଳି କାଟୁ ।