Tuesday, October 13, 2026
Home ଆଞ୍ଚଳିକ କୋଟଗଡ ରେ 102 ଖଣ୍ଡ ଶାଳ କାଠ ସହ ବୋଲେରୋ ପିକଅପ ଜବତ

କୋଟଗଡ ରେ 102 ଖଣ୍ଡ ଶାଳ କାଠ ସହ ବୋଲେରୋ ପିକଅପ ଜବତ

20

ବାଲିଗୁଡା,05/07 { ସୁକାନ୍ତ କୁମାର ତ୍ରିପାଠୀ } : ଗତକାଲି ବିଳମ୍ବିତ ରାତ୍ରିରେ କୋଟଗଡ ବନାଞ୍ଚଳ ପକ୍ଷରୁ ଝରିଘାଟି ନିକଟରେ ପେଟ୍ରୋଲିଙ୍ଗ ଚାଲିଥିବା ସମୟ ରେ ଏକ ବୋଲେରୋ ପିକଅପ ତୁମୁଡିବନ୍ଧ ଆଡୁ କୋଟଗଡ ପଟକୁ ଜୋରରେ ଆସୁଥିଲା ତାକୁ ସନ୍ଦେହଜନକ ଆବାସ୍ଥା ରେ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରା,ବନପାଳ -ପ୍ରଭାତ କୁମାର ଦୋରା,ଯୋଗେଶ୍ୱର ଧାରୁଆ, କିରଣଵାଳା ସ୍ୱାଇଁ ସମେତ ବନ କର୍ମଚାରୀ ମିଶି ପିଛା କରିଥିଲେ ଫଳରେ କାଠ ବୋଝେଇ ଗାଡିଟି କୋଟଗଡ ହରିପୁର ନିକଟରେ ଅଟକିବା ସହ ଗାଡିଚାଳକ ଚତୁରତାର ସହ ଜଙ୍ଗଲକୁ ଦୌଡ଼ି ଚାଲି ଯାଇଥିଲା ଫଳରେ ଘଟଣା ସ୍ଥଲରୁ ଶାଳ ସାଇଜ 102 ଖଣ୍ଡ ଶାଳ କାଠ ସହ ଏକ ବୋଲେରୋ ପିକଅପ ଗାଡି ଜବତ କରିଛି ବନ ବିଭାଗ ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି |ଗାଡିର ନମ୍ବର OD 05AS 7243 ଥିବାର ଜଣା ପଡିଛି |