Friday, November 13, 2026
Home ଆଞ୍ଚଳିକ ଓଡ଼ିଶାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଓଡ଼ିଶାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

6

ଭୁବନେଶ୍ୱର,୦୫/୦୭/୨୧ (ଜିଲ୍ଲା ଖବର) :  ଓଡ଼ିଶାରେ ପହଞ୍ଚିଲା କେନ୍ଦ୍ରୀୟ ଟିମ୍ । ଏହି ଟିମ ରାଜ୍ୟରେ କରୋନା ସ୍ଥିତି ଓ ସ୍ବାସ୍ଥ୍ୟସେବାର କରିବ ସମୀକ୍ଷା । ପୂର୍ବରୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଏ.ଡାନଙ୍କ ନେତୃତ୍ବରେ ଓଡ଼ିଶା ଆସିଥାନ୍ତା ଟିମ । ତେବେ ଅସୁସ୍ଥତା କାରଣରୁ ତାଙ୍କ ସ୍ଥାନରେ ଓଡ଼ିଶାରେ ସମୀକ୍ଷା କରିବେ ଶିବାନୀ ଦତ୍ତ ।

ଓଡ଼ିଶାରେ ହସ୍ପିଟାଲ ବେଡ, ଭେଣ୍ଟିଲେଟର ଓ ଅକ୍ସିଜେନର ବ୍ୟବସ୍ଥାର ସରଜମିନ ଅନୁଧ୍ୟାନ କରିବ । ରାଜ୍ୟରେ ଟିକାକରଣ କେତେ ଆଗେଇଛି ତାର ପୂରା ତଥ୍ୟ ସଂଗ୍ରହ କରିବ । ଏହି ଟିମ ଓଡ଼ିଶାର ୬ଟି ଜିଲ୍ଲାରେ କ୍ଷେତ୍ର ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।

ଅଧିକ ସଂକ୍ରମଣ ହାର ଥିବା 6ଟି ଜିଲ୍ଲାରେ ଏହି ଟିମ ପରିଦର୍ଶନ କରିବ । ଜିଲ୍ଲା ପରିଦର୍ଶନ ସହ ସ୍ଥାନୀୟ ଅଧିକାରୀ, ମେଡିକାଲ କର୍ତ୍ତୃପକ୍ଷ ଓ ରୋଗୀଙ୍କ ସହ ଅଲୋଚନା କରିବେ । ଓଡ଼ିଶା ସମେତ ୬ଟି ଅଧିକ ସଂକ୍ରମଣ ଥିବା ରାଜ୍ୟକୁ ଟିମ୍‌ ପଠାଇଛି କେନ୍ଦ୍ର ।