
ଭୁବନେଶ୍ୱର,୦୫/୦୭/୨୧ (ଜିଲ୍ଲା ଖବର) : ଭୁବନେଶ୍ୱରରେ ଆଜିଠାରୁ ବିନା ସ୍ଲଟରେ ଟିକାକରଣ। ଡ୍ରାଇଭ ଇଂ କେନ୍ଦ୍ରରେ ଦ୍ୱିତୀୟ ଡୋଜ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ୩୦ କେନ୍ଦ୍ରରେ ଓ୍ୱାକ ଇନ ବ୍ୟବସ୍ଥା ହୋଇଛି। ଆଦୌ ଟୀକା ନେଇନଥିବା ବ୍ୟକ୍ତି ଓ୍ବାକ ଇନରେ ଯାଇ ଟୀକା ନେବେ। ଆଧାରକାର୍ଡ ନେଇ ଟିକାକରଣ କେନ୍ଦ୍ରକୁ ଗଲେ ବିନା ରେଜିଷ୍ଟ୍ରେସନ ରେ ନେଇପାରିବେ ଟୀକା ।
ପ୍ରଥମ ଡୋଜ ନେଇସାରିଥିବା ବ୍ୟକ୍ତିଙ୍କ ସମୟ ସରିଥିଲେ ଡ୍ରାଇଭ ଇନରେ ଯାଇ ପୂର୍ବ ନିର୍ଧାରିତ କେନ୍ଦ୍ରରେ ଦ୍ଵିତୀୟ ଡୋଜ ନେଇପାରିବେ। ଜୁଲାଇ ଶେଷ ସୁଦ୍ଧା ଭୁବନେଶ୍ୱରରେ ଟିକାକରଣ ଶେଷ କରିବାକୁ ବିଏମସି ଲକ୍ଷ ରଖିଛି।


