
ଭୁବନେଶ୍ୱର, ୦୫/୦୭/୨୧ (ଜିଲ୍ଲା ଖବର) : ଅସହ୍ୟ ଗୁଳୁଗୁଳିରୁ ମିଳିଛି ତ୍ରାହି। ଭୁବନେଶ୍ୱରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ଅତ୍ୟଧିକ ବର୍ଷାରେ ପୁଣି ବୁଡିଲା ଇସ୍କନ ମନ୍ଦିର ସମ୍ମୁଖ ରାସ୍ତା। ବର୍ଷା ପାଣି ଜମିବା ଯୋଗୁଁ ଫସି ରହିଛି କାର୍ । ଗାଡିମୋଟର ଯାତାୟତ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ବର୍ଷା ସାଙ୍ଗକୁ କିଛି କିଛି ସ୍ଥାନରେ ଘଡଘଡି ମାରୁଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହିତ ପ୍ରବଳ ବର୍ଷା ସମ୍ଭାବନା । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, କନ୍ଧମାଳ, ବୌଦ, କଳାହାଣ୍ଡି ଏବଂ ଗଞ୍ଜାମ । ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି ମଧ୍ୟ କରାଯାଇଛି ।


