
ଭୁବନେଶ୍ୱର,୦୫/୦୭/୨୧ (ଜିଲ୍ଲା ଖବର) : ରାଜ୍ୟରେ ବର୍ଷା ହେଉଛି। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେଉଥିବାବେଳେ ଆଉ କିଛି ସ୍ଥାନରେ ଅଳ୍ପ ହେଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡ଼ା , କଟକ , ଜଗତସିଂହପୁର , ପୁରୀ , ଖୋର୍ଦ୍ଧା , ନୟାଗଡ଼ , ଗଞ୍ଜାମ , ଗଜପତି , କେନ୍ଦୁଝର , ମୟୁରଭଞ୍ଜ , ନବରଙ୍ଗପୁର , ମାଲକାନଗିରି , କୋରାପୁଟ , କନ୍ଧମାଳ , ଢେଙ୍କାନାଳ , ବୌଦ୍ଧ ଭଳି ୧୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଆସନ୍ତା ୧୨ ତାରିଖରେ ଲଘୁଚାପ କାରଣରୁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି । ୫ ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଦୁଇଟି ଲଘୁଚାପ। ଫଳରେ ଜୁଲାଇ ମାସରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଘନ ଘନ ଲଘୁଚାପ ଯୋଗୁଁ ଏହି ବର୍ଷା ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବ।


