Sunday, November 15, 2026
Home ଆଞ୍ଚଳିକ ସମସ୍ତ ଦୁର୍ନୀତି ରେ ଲିପ୍ତ ଥିବା ଏ ଇ ଙ୍କୁ ଘଣ୍ଟ ଘୋଡେଇ ରଖିଛି ବିଷମକଟକ...

ସମସ୍ତ ଦୁର୍ନୀତି ରେ ଲିପ୍ତ ଥିବା ଏ ଇ ଙ୍କୁ ଘଣ୍ଟ ଘୋଡେଇ ରଖିଛି ବିଷମକଟକ ବ୍କକ୍ ର ବିଭାଗୀୟ ଅଧିକାରୀ

278

ହାଟମୁନିଗୁଡା,୫/୦୭(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ବିଷମକଟକ ବ୍କକ୍ ଅନ୍ତର୍ଗତ ହାଟମୁନିଗୁଡା ପଚାୟତ ସାନଧାଣ୍ଡ ଗ୍ରାମରେ ଗୋଟିଏ ବ୍ରିଜ୍ କାମ ପଚାୟତ ତରଫରୁ ଏନ୍ ଆର ଜି ଏସ୍ ମାଧ୍ୟମରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ସେହି କାର୍ଯ୍ୟ ଏକ ବର୍ଷ ଧରି ବିଳମ୍ବ ହେବାରୁ ଆର ଡି ରାସ୍ତା ନିର୍ମାଣ କାର୍ଯ୍ୟ ରେ ବାଧା ସୃଷ୍ଟି ହୋଇଥିଲା ତେଣୁ ସେହି ବ୍ରିଜ୍ କାର୍ଯ୍ୟ କୁ ଆର ଡି ଏସ୍ ଡି ଓ ଗ୍ରାମ ବାସୀ ଙ୍କ ସହ ଯୋଗାଯୋଗ କରି ଆର ଡି ତରଫରୁ ନିଜେ ତାଙ୍କର ନୂତନ କାର୍ଯ୍ୟ ନିର୍ମାଣ କରିଥିଲେ। ହେଲେ ପଚାୟତ ତରଫରୁ ଏନ୍ ଆର ଜିଏସ୍ ମାଧ୍ୟମରେ ନିର୍ମାଣ ହୋଇ ଥିବା କୋଡିଏ ଲକ୍ଷ ଟଙ୍କା ର ସେହି ଅଧ ପନ୍ଥିଆ ବ୍ରୀଜ୍ ର କାର୍ଯ୍ୟ ଅଧାରୁ ସମାସ୍ତ କରି ବିଲ୍ ହଢପ୍ କରିଛନ୍ତି କରିଥିବା ଅଭିଯୋଗ କରିଛନ୍ତି ଠିକାଦାର। ଏ ନେଇ ଆମେ ଏହି ସମ୍ପର୍କରେ ହାଟମୁନିଗୁଡା ଠିକାଦାର ଅଶୋକ ଦଳେଇ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ କାମଟି ଠିକ୍ ଚାଲିଥିଲା। ସେହି ସମୟରେ ବିଷମକଟକ ଏ ଇ ଆସି କାମରେ ବାଧା ଦେବାରୁ କାମଟି ଅଧାରୁ ରହିଗଲା । ସେହି କାମରେ ମୋଟ ୭ ଲକ୍ଷ ଟଙ୍କା ବିଲ୍ କରାଯାଇଥିବା କହିଛନ୍ତି ଠିକାଦାର।ସରକାର ଗରିବ ମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ହେଲେ ଏହିପରି କେତେକ ଅସାଧୁ ଅଫିସର ମାନଙ୍କ ପାଇଁ ସମସ୍ତ କାର୍ଯ୍ୟ ରେ ହରିଲୁଟ ହେଉଥିବା ଆମ ନଜରକୁ ଆସି ଛି। ବିଷମକଟକ ଏଇ ସମସ୍ତ ଦୁର୍ନୀତି ରେ ଲିପ୍ତ ରହିଛନ୍ତି ଏବଂ ଏଇ ପ୍ରଶାନ୍ତ ପାଣିଗ୍ରାହୀ ନିରିହ ଗରିବ ଆଦିବାସୀ ମାନଙ୍କୁ ଖରାପ ଭାଷା ରେ ଏବଂ ତାଙ୍କ ଜାତିକୁ ନେଇ ଅଶିଳ ଭାଷାରେ ଗାଲି ଗୁଳଜ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି
ବିଷମକଟକ କୁଟୁରାଗଡ ଗ୍ରାମର ତଣେ ନିରିହ ଗରିବ ଆଦିବାସୀ ଘାସିରାମ କାଣ୍ଡାମାକା ଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ତାଙ୍କ ନାମରେ ମଧ୍ୟ କେସ୍ ରୁଜୁ କରିଥିଲେ ଏହି ନିରିହ ଆଦିବାସୀ । ରାଜନୈତିକ ଚାପରେ ବିଷମକଟକ ବ୍କକ୍ ଏ ଇ ପ୍ରଶାନ୍ତ ପାଣିଗ୍ରାହୀ ସେହି ନିରିହ ଆଦିବାସୀ ଘାସିରାମ କାଣ୍ଡାମାକା ଙ୍କୁ ଭୁଲ ମାଗିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ତାପରେ ଘାସିରାମ କେସ୍ ଟିକୁ ଉଠେଇ ନେଲେ। ସେହି ସମୟରେ ବିଷମକଟକ ବ୍କକ୍ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ। ଗତବର୍ଷ ପାଇକ ଡାକୁଲୁଗୁଡା ପୋଖରୀ କାର୍ଯ୍ୟ ରେ ଉପସ୍ଥିତ ଥିବା ଦୁଇ ଗରିବ ଆଦିବାସୀ ଭିମ ହିକକା ,ଅଭି ହିକକା ଓ ପାଇକଡାକୁଲୁ ଗୁଡା ଗ୍ରାମର ବରିଷ୍ଠ ଭଦ୍ର ବ୍ୟକ୍ତି ଭାଲୁ ବୈଦ ଭୂଷଣ ଙ୍କୁ ମଧ୍ୟ ଖରାପ ଭାଷାରେ ଗାଳି ଗୁଳଜ କରିଥିଲେ। ଏବଂ ସେହି ପୋଖରୀ କାର୍ଯ୍ୟ ଏପର୍ଯ୍ୟନ୍ତ ବିଲ ନୋ ହୋଇ ବର୍ଷେ ହେଲାଣି ଅଟକି ରହିଛି। ବାରମ୍ବାର ଏ ଇ ଙ୍କ ସମ୍ପର୍କରେ ଅଭିଯୋଗ ହୋଇଥିଲେ ମଧ୍ୟ କାହିଁକି ଏ ଇ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ଏବଂ ବିଷମକଟକ ବ୍କକ୍ ରେ ଦିଆଯାଇଥିବା ଅଙ୍ଗନା ବାଡି କେନ୍ଦ୍ର ରେ ଖେଳନା ସାମଗ୍ରୀ ରେ ଲକ୍ଷ ଲକ୍ଷ ଟଙ୍କା ହଢପ୍ କରି ଆମକୁ ସଠିକ ତଥ୍ୟ ଦେଇ ପାରି ନାହାନ୍ତି। ଏସବୁ ଦୁର୍ନୀତି ସମ୍ପର୍କରେ ଆମେ ବିଷମକଟକ ବିଡିଓ ଆଲବଟ ଲାକ୍ରା ଙ୍କୁ ଯୋଗାଯୋଗ କରିବାରୁ ମୁ ଏ ଇ ଙ୍କ ସହ କଥାବାର୍ତ୍ତା କରିବି ବୋଲି କହିଛନ୍ତି ବିଡିଓ ଆଲବଟ ଲାକ୍ରା। ବିଷମକଟକ ବିଡ଼ିଓ ପ୍ରତେକ ଦୁର୍ନୀତି ର ତଦନ୍ତ ପ୍ରତିସୃତି ପ୍ରତି ସୃତି ରେ ହିଁ ରହି ଯାଉଛି।ଏହାର ତଦନ୍ତ କରି ଦୋଷୀ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ସାଧାରଣ ରେ ଦାବି।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।