Saturday, November 14, 2026
Home ଆଞ୍ଚଳିକ ବେଗୁନିଆପଡା ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ଗଠିତ

ବେଗୁନିଆପଡା ବ୍ଲକ ଘରୋଇ ବିଦ୍ୟାଳୟ ସଂଘ ଗଠିତ

18

ବେଗୁନିଆପଡ଼ା,୪/୦୭(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ନିକଟସ୍ଥ ଏ ବି ସି ଡି ପବ୍ଲିକ ସ୍କୁଲ ପରିସରରେ ଆଜି ବେଗୁନିଆପଡା ବ୍ଲକ ର ସମସ୍ତ ଘରୋଇ ବିଦ୍ୟାଳୟ ମାନଙ୍କୁ ନେଇ ଘରୋଇ ବିଦ୍ୟାଳୟ ସଂଘ ଗଠିତ ହୋଇଯାଇଛି । ଏଥିରେ ବହୁ ବିଦ୍ୟାଳୟ ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ବର୍ତ୍ତମାନ କରୋନା ସମୟରେ ଘରୋଇ ବିଦ୍ୟାଳୟ ଗୁଡ଼ିକ ବିଭିନ୍ନ ଅସୁବିଧା ନେଇ ଗତି କରୁଛି ତାହାର ସୁଧାର ନେଇ ଆଲୋଚନା ହୋଇଥିଲା । ଏଥି ସହିତ ଏକ ନୂତନ ସଂଘ ଗଠନ ହୋଇଥିଲା । ଏଥିରେ ସଭାପତି ଭାବେ ଅଭୟ କୁମାର ସାହୁ, ସମ୍ପାଦକ ଭାବେ କେ. ଅଶୋକ କୁମାର ସେନାପତି, ଉପସଭାପତି ଭାବେ ଏମ୍. ସଂଜୀବ କୁମାର ରାଓ, ସହସମ୍ପାଦକ ଭାବେ ପୁରୁଷୋତ୍ତମ ସ୍ଵାଇଁ, କୋଷାଧ୍ଯକ୍ଷ ଭାବେ କବିରାଜ ଜେନା, ଟେକ୍ନିକାଲ ସପୋର୍ଟର ଭାବେ ଟିଟୁ ରାଉତ, ଅମିୟ କୁମାର ଦାଶ, ଉପଦେଷ୍ଠା ଭାବେ ଶିକ୍ଷକ ପଙ୍କଜ କୁମାର ବେହେରା, ସୀମାଞ୍ଚଳ ଶତପଥୀ, ରାଜେନ୍ଦ୍ର କୁମାର ଜେନା ଙ୍କୁ ମନୋନୀତ କରାଯାଇଛି । ଏଥିରେ ପ୍ରଶାନ୍ତ କୁମାର ବିଶୋୟୀ,ସନ୍ତୋଷ କୁମାର ପାଢ଼ୀ, ରବିନ୍ଦ୍ର କୁମାର ସ୍ଵାଇଁ, ତପନ କୁମାର ଜେନା, ଶରତ କୁମାର ପରିଡା, ସଙ୍କର ମହାପାତ୍ର, ପ୍ରଫୁଲ୍ଲ କୁମାର ମହାରଣା, ବିଜୟ କୁମାର ପାତ୍ର, ଶ୍ରୀରାମ ଭାଇ, ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।