
ବାଲିଗୁଡା,04/07 (ସୁକାନ୍ତ କୁମାର ତ୍ରିପାଠୀ ) : କନ୍ଧମାଳ ଜିଲ୍ଲା ରେ ୱାଇଡ଼ ଲାଇଫ ୱାର୍ଡେନ ଭାବେ ବରିଷ୍ଟ ଆଇନଜୀବି କୌଶିକ ସାହୁ ମନୋନିତ ହୋଇଛନ୍ତି | ରାଜ୍ୟ ମୂଖ୍ୟ ୱାଇଡ଼ଲାଇଫ ଅଧିକାରୀ ଙ୍କ ଚିଠି 6078 ପ୍ରକାରେ ୱାଇଡ଼ଲାଇଫ ୱାଡେନ ଭାବେ କୌଶିକ ସାହୁ ମନୋନୀତ ହୋଇ ଥିବା ବାଲିଗୁଡା ବନଖଣ୍ଡ ତରଫରୁ ଜଣା ପଡିଛି |କୌଶିକ ସାହୁ ପୂର୍ଵ ରୁ ମଧ୍ୟ ୱାଇଡ଼ଲାଇଫ ୱାଡେନ ରୂପେ ଚାରିଥର ମନୋନୀତ ହୋଇ କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ |କନ୍ଧମାଳ ଜିଲ୍ଲା ର ଜଣାଶୁଣା ପରିବେଶବିତ, ବନ୍ୟଜନ୍ତୁ ସଂରକ୍ଷକ ଭାବେ କୌଶିକ ସାହୁ କାର୍ଯ୍ୟ କରି ଆସୁଛନ୍ତି | ନୂତନ ନିଯୁକ୍ତି କୁ ବିଭିନ୍ନ ମହଲ ରେ ସ୍ୱାଗତ କରିଛନ୍ତି |



