Thursday, November 12, 2026
Home ଆଞ୍ଚଳିକ ବେଲଗୁଣ୍ଠା ଥାନାରେ ବନମହୋତ୍ସବ କାର୍ଯ୍ୟକ୍ରମ ବୃକ୍ଷ ବଞ୍ଚିଲେ ସୃଷ୍ଟି ବଞ୍ଚିବ ବିଧାୟକ

ବେଲଗୁଣ୍ଠା ଥାନାରେ ବନମହୋତ୍ସବ କାର୍ଯ୍ୟକ୍ରମ ବୃକ୍ଷ ବଞ୍ଚିଲେ ସୃଷ୍ଟି ବଞ୍ଚିବ ବିଧାୟକ

36

ବେଲଗୁଣ୍ଠା,୦୪/୦୭(ଜିଲ୍ଲା ଖବର) : ବେଲଗୁଣ୍ଠା ଥାନା ପରିସରରେ ୭୨ତମ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି Iବେଲଗୁଣ୍ଠା ଥାନଧିକାରୀ ପ୍ରକାଶ କୁମାର ସାହୁଙ୍କ ପୃଷ୍ଠପୋଷକତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ବୃକ୍ଷ ରୋପଣ ଦ୍ୱାରା ସବୁଜ ପରିବେଶ ସୃଷ୍ଟି ହୋଇଥାଏ ଏବଂ ବୃକ୍ଷ ବଞ୍ଚି ରହିଲେ ସୃଷ୍ଟି ବଞ୍ଚିରହିବ ବୋଲି ସେ ବକ୍ତବ୍ୟ ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ଉପସ୍ଥିତ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଅବଲୋକନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଯୋଗ ଦେଇ ଚଳିତ ବର୍ଷ ତାଙ୍କ ଅଧୀନରେ ଥିବା ଭଞ୍ଜନଗର ଉପଖଣ୍ଡ ପ୍ରତ୍ଯେକ ଥାନାରେ ଚାରାରୋପଣ କରାଯିବ ବୋଲି କହିବା ସହିତ ରଖିବା ସହିତ ବୃକ୍ଷ ଓ ଅମ୍ଳଜାନ,ପରିବେଶ ସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ବିଶେଷ କରି ଫଳ ଗଛ ଲଗାଇଲେ ତାହା ପକ୍ଷୀ ଓ ପଶୁ ମାନଙ୍କ ଆହାର ପାଇଁ ସହାୟକ ହେବ ବୋଲି କହିଥିଲେ ।ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ କିଷମର ଚାରା ରୋପଣ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଥାନାଧିକାରୀ ସୁଦୀପ୍ତ କୁମାର ସାହୁ,ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ,ରାଜ୍ୟ ବିଜେଡି ପ୍ରବକ୍ତା ଓମ୍ ପ୍ରକାଶ ସାହୁ,ବେଲଗୁଣ୍ଠା ବ୍ଳକ୍ ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ,ବେଲଗୁଣ୍ଠା ଏନ୍.ଏ.ସି ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ, ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ପରିଶେଷରେ ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସହିତ ବେଲଗୁଣ୍ଠା ଥାନାକୁ ସବୁଜ,ସ୍ୱଚ୍ଛ ଓ ସୁନ୍ଦର ଥାନାରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ରିପୋର୍ଟ-ଶିବରାମ ଚୌଧୁରୀ