
ବାଲିଗୁଡ଼ା,୪/୦୭ {ସୁକାନ୍ତ କୁମାର ତ୍ରିପାଠୀ } : କନ୍ଧମାଳ ଜିଲ୍ଲା ର ତୁମୁଡିବନ୍ଧ ବ୍ଲକ ସାମ୍ବାଦିକ ସଂଘ ତରଫରୁ ଆଜି ରବିବାର ଅପରାହ୍ନ ୨ଟା ସମୟରେ ତୁମୁଡିବନ୍ଧ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ପାର୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଗୁରୁ ପ୍ରସାଦ ମିଶ୍ର, ଉକ୍ତଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ସନ୍ତସ କୁମାର ଦାସ ପବିତ୍ର ଦିଗାଲ, , ମାନରଞ୍ଜନ ରୟ, ବିପ୍ରଚରଣ ମାନସେଠ, ଦୀପକ କୁମାର ପରାସେଠ, ପ୍ରବୀଣ କୁମାର ପଟ୍ଟନାୟକ, ପ୍ରଳୟ ରାୟ ନାୟକ, ଧର୍ମ ପଦ ନାୟକ, ସୀମାଞ୍ଚଳ ସାହୁ, ଫିଲପ ଦିଗାଲ, ଇମନୁଏଲ ନାୟକ, ଅନୁଗ୍ରହ ନନ୍ଦ ଉପସ୍ଥିତ ରହି ବିଭିନ୍ନ ଔଷଧୀୟ ବୃକ୍ଷ ର ଚାର ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ସଭାପତି ଦିଗାଲ କନ୍ଧମାଳ ଜିଲ୍ଲାରେ କ୍ଷୟ ହେଉଥିବା ସବୁଜ ବନାନୀ କୁ ଗଢି ତୋଳିବାପାଇଁ ଏହି ପ୍ରୟାସ ଆରମ୍ଭ କରାଯାଇଛି । ଏହା ତୁମୁଡିବନ୍ଧ ୧୧ ଗୋଟି ପଞ୍ଚାୟତର କୋଣ ଅନୁକୋଣରେ ରହିଥିବା ଗ୍ରାମ ଗୁଡିକରେ ଅଧିବାସୀ ମାନଙ୍କପାଇଁ ବାର୍ତା ପହଞ୍ଚାଇ ନିଜେନିଜେ ଗଛ ଲଗାଇ ପରିବେଶ ସୁରକ୍ଷା କରିବା ଦିଗରେ ସଚେତନ ହେବେ ବୋଲି ବକ୍ତବ୍ୟ ରଖିଥିଲେ ।




