
୦୪/୦୭/୨୧ (ଜିଲ୍ଲା ଖବର) : ଦକ୍ଷିଣ ଫିଲିପାଇନ୍ସରେ ଏକ ସେନା ବିମାନ C-130 85 ଜଣଙ୍କୁ ନେଇ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏନେଇ ସେନା ମୁଖ୍ୟ ସିରିଲିଟୋ ସୋବେଜାନା ସୂଚନା ଦେଇଛନ୍ତି ।
ବିମାନଟି ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ସେହି ଜ୍ୱନ୍ତ ଧ୍ୱଂସାବଶେଷରୁ 40 ଜଣଙ୍କୁ ଉଦ୍ଧାର କରାଯାଇଛି । ବିମାନରେ ଅବଶିଷ୍ଟ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବିମାନରେ ଥିବା ଅଧିକାଂଶ ଯାତ୍ରୀ ବେସିକ ମିଲିଟାରୀ ଟ୍ରେନିଂରୁ ଗ୍ରାଜୁଏସନ ପାସ କରିଛନ୍ତି । ଏମାନଙ୍କୁ ସଂଖ୍ୟାଲଘୁ ଅଞ୍ଚଳରେ ଆତଙ୍କବାଦ ମୁକାବିଲା କରିବା ପାଇଁ ସେଠାକୁ ନିଆଯାଉଥିଲା ।


