Thursday, November 12, 2026
Home ଆଞ୍ଚଳିକ ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ହସ୍ପିଟାଲରେ ଭର୍ତ୍ତି

ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ହସ୍ପିଟାଲରେ ଭର୍ତ୍ତି

7

ନୂଆଦିଲ୍ଲୀ, ୦୪/୦୭/୨୧ (ଜିଲ୍ଲା ଖବର) : ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ହସ୍ପିଟାଲରେ ଭର୍ତ୍ତି। ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ଡାକ୍ତର ରାମ ମନୋହର ଲୋହିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି ହୋଇଛନ୍ତି। ସେ ଅନୁଷ୍ଠାନର ଚିକିତ୍ସା ବିଭାଗର ଜଣେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି କଲ୍ୟାଣ ସିଂ ।

ଅନୁଷ୍ଠାନର ମୁଖପାତ୍ର ଡକ୍ଟର ଶ୍ରୀକେଶ ସିଂଙ୍କ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି। ଗତ ସପ୍ତାହରେ ତାଙ୍କୁ ଲୋହିଆ ଇନଷ୍ଟିଚ୍ୟୁଟରେ ଭର୍ତ୍ତି କରାଯାଇଥିଲା।  

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲରେ ପହଞ୍ଚି ବରିଷ୍ଠ ବିଜେପି ନେତା କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।