ହାଇକୋର୍ଟଙ୍କ ରାୟ; ପତ୍ନୀଙ୍କୁ ଭରଣପୋଷଣ ନ ଦେଇପାରିଲେ ଜେଲ ଯାଅ

6

କଟକ,୦୪/୦୭/୨୧ (ଜିଲ୍ଲା ଖବର) :  ପତ୍ନୀଙ୍କୁ ଭରଣପୋଷଣ ନ ଦେଇପାରିଲେ ସ୍ୱାମୀ ଯିବେ ଜେଲ୍ । ଜେଲରେ ବିଭିନ୍ନ କାମରେ ରହି ରୋଜଗାର କରିଥିବା ଅର୍ଥ ବି ଯିବ ପତ୍ନୀଙ୍କ ଆକାଉଣ୍ଟକୁ । କଟକ ହାଇକୋର୍ଟରେ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ।  ।

ତ୍ନୀଙ୍କୁ ଭରଣପୋଷଣ ଦେବାକୁ ଅସମର୍ଥ ଦର୍ଶାଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ଥିଲା ୧୭ଶହ ୧୬ ଟଙ୍କାର ଭରଣପୋଷଣ ଦେବାକୁ । ତେବେ ଏ ଅର୍ଥ ଦେବାକୁ ଅସମର୍ଥ କହିଥିଲେ ଆବେଦନକାରୀ । ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ନିଜ ବିବାହକୁ ସ୍ବୀକାର କରିଥିଲେ ସ୍ୱାମୀ । ହେଲେ ଭରଣପୋଷଣ ଦେବାରେ ଅସମର୍ଥ ବୋଲି ଦର୍ଶାଇଥିଲେ।

ହାଇକୋର୍ଟଙ୍କ ରାୟ ପରେ ଆବେଦନକାରୀଙ୍କ ଓକିଲ ମାମଲା ପ୍ରତ୍ୟାହାର କରିବା ପାଇଁ ଅନୁମତି ମାଗିଛନ୍ତି ।  ଏହା ସହ ଆବେଦନକାରୀ ମାସିକ ୧୭ ଶହ ୧୬ ଟଙ୍କା ଭରଣପୋଷଣ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ହାଇକୋର୍ଟ ଆବେଦନକାରୀଙ୍କ ମାମଲା ପ୍ରତ୍ୟାହାର କରିବା ସହ ଏହି ମାମଲାରେ ପୂର୍ଣ୍ଣଛେଦ ପକେଇଛନ୍ତି ।