Thursday, November 12, 2026
Home ଆଞ୍ଚଳିକ ଅକ୍ଟୋବର-ନଭେମ୍ବର ସୁଦ୍ଧା ଆସିପାରେ ତୃତୀୟ ଲହର, ଦୈନିକ ସଂକ୍ରମିତ ହେବେ ଦେଢରୁ 2 ଲକ୍ଷ

ଅକ୍ଟୋବର-ନଭେମ୍ବର ସୁଦ୍ଧା ଆସିପାରେ ତୃତୀୟ ଲହର, ଦୈନିକ ସଂକ୍ରମିତ ହେବେ ଦେଢରୁ 2 ଲକ୍ଷ

11

୦୪/୦୭/୨୧ (ଜିଲ୍ଲା ଖବର) :  ଚେତାଇଲା କେନ୍ଦ୍ରସରକାରଙ୍କ କୋଭିଡ-19 ପରାମର୍ଶଦାତା କମିଟି । ଅକ୍ଟୋବର ରୁ ନଭେମ୍ବର ସୁଦ୍ଧା ଆସିପାରେ ତୃତୀୟ ଲହର । ସତର୍କ ରୁହ ନଚେତ ଦ୍ୱିତୀୟ ଲହର ଠାରୁ ଆହୁରି ଭୟାନକ ହେବ ଚିତ୍ର । କମିଟିର କହିବାନୁଯାୟୀ କରୋନାର ଦ୍ୱିତୀୟ ଲହରରେ ଯେତିକି ସଂକ୍ରମଣ ଚିହ୍ନଟ ହେଉଥିଲେ ତାହାର ଅଧା ପ୍ରତ୍ୟେକ ଦିନ ଚିହ୍ନଟ ହେବ । ଆଉ ଏହାର କାରଣ କେବଳ ଲୋକଙ୍କ ବେପରୁଆ ମୋନଭାବ । ଯଦି ଲୋକମାନେ କୋଭିଡ ନିୟମ ନ ମାନିବେ ତେବେ ସ୍ଥିତି ଆହୁରି ଭୟାନକ ହେବ ବୋଲି ଏବେଠୁ ଚେତାଇ ଦେଇଛି ସରକାରୀ ପ୍ୟାନେଲ ।

ଅନ୍ୟପଟେ କୋଭିଡ-19 ଟ୍ରାଜେକ୍ଟଟୋରୀର ମାଥମେଟିକାଲ ପ୍ରୋଜେକସନ ଭାବରେ କାର୍ଯ୍ୟ କରୁଥିବା ମନିନ୍ଦ୍ର ଅଗ୍ରୱାଲଙ୍କ କହିବାନୁଯାୟୀ ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ସଂକ୍ରମିତଙ୍କ ସଂଖ୍ୟା କମିପାରେ । କିନ୍ତୁ ଯଦି ଭାଇରସ ଏହାର ଅନ୍ୟ କୌଣସି ଭେରିଆଣ୍ଟ ଦେଖାଏ ତେବେ ସଂକ୍ରମଣ ବଢିପାରେ । ବିଜ୍ଞାନ ଓ ଜ୍ଞାନକୌଶଳ ବିଭାଗ ଦ୍ୱାରା ଏହି ପ୍ୟାନେଲ ଗତବର୍ଷ ଗଠନ କରାଯାଇଛି ।

ଡଃ ଅଗ୍ରୱାଲ ସେୟାର କରିଥିବା ଗ୍ରାଫ୍ ଅନୁଯାୟୀ, ଦ୍ୱିତୀୟ ଲହର ଅଗଷ୍ଟ ମଧ୍ୟଭାଗରେ ହ୍ରାସ ପାଇବାକୁ ଥିବାବେଳେ ତୃତୀୟ ଲହର ଅକ୍ଟୋବରରୁ ନଭେମ୍ବର ମଧ୍ୟରେ ଶିଖରରେ ପହଞ୍ଚିପାରେ । ଏହାସହ ଦେଶରେ ତୃତୀୟ ଲହରରେ ଦୈନିକ ସଂକ୍ରମଣ ଦେଢ ଲକ୍ଷରୁ 2 ଲକ୍ଷକୁ ବୃଦ୍ଧି ପାଇପାରେ ବୋଲି ବୈଜ୍ଞାନିକ ଦର୍ଶାଇଛନ୍ତି ।