
ନୂଆଦିଲ୍ଲୀ,୦୪/୦୭/୨୧ (ଜିଲ୍ଲା ଖବର) : ଦେଶରେ କରୋନା ଭାଇରସ୍ର ଦ୍ୱିତୀୟ ଲହର ବର୍ତ୍ତମାନ ଧିରେ ଧିରେ କମିବାରେ ଲାଗିଛି। ଗତ କିଛି ଦିନ ହେବ ଦେଶରେ କୋଭିଡର ଦୈନିକ ୫୦ ହଜାରରୁ କମ୍ ମାମଲା ପଞ୍ଜିକୃତ ହୋଇଛି।
ଦେଶରେ ଟୀକାକରଣ ଅଭିଯାନ ଜୁନ୍ ୨୧ ରୁ ବୃଦ୍ଧି ପାଇଛି, ଏହା ପରେ ଦେଶରେ ୩୪ କୋଟିରୁ ଅଧିକ ଲୋକ କରୋନା ଟିକା ଗ୍ରହଣ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 955 ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।


