
କୋରାପୁଟ, ୦୪/୦୭/୨୧ (ଜିଲ୍ଲା ଖବର) : ଜୟପୁର ସହରରେ ଦିନକୁ ଦିନ ଚୋରୀ ବଢିବାରେ ଲାଗିଛ। ଦୋକାନ ଭାଙ୍ଗି ମୋବାଇଲ ଆଦି ଚୋରି ହୋଉଥିବା ବେଳେ ଗତକାଲି ମନ୍ଦିର ତାଲା ଭାଙ୍ଗି ମାଙ୍କ ସୁନା ଗହଣା ଚୋରୀ ହୋଇଛି।
ଜୟପୁର ନିଉ ବ୍ୟାଙ୍କ କଲୋନୀରେ ଥିବା ମା ଲୋକେଶ୍ୱର ମନ୍ଦିରରୁ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି । ଆଜି ସକାଳୁ 7 ଟାରେ ମନ୍ଦିର ପୂଜକ ବାଲାଜୀ ମିଶ୍ର ମନ୍ଦର ଖୋଲି ଭିତରେ ପଶିବା ପରେ ଦେଖିବାକୁ ପାଇଥିଲେ ଯେ ମନ୍ଦିର ଭିତରେ ଥିବା ସିନ୍ଧୁକର ତାଲା ଭାଙ୍ଗି ଖୋଲା ହୋଇଥିଲା। ସେହି ସିନ୍ଦୁକ ଭିତରେ ମାଆଙ୍କ କୋମରପଟି, ସୁନା ଗହଣା ଥାଳି ଆଦି ଚୋରି ହୋଇଥିବା ଜଣାପଡିଛି । ଘଟଣା ସ୍ଥଳେ ଜୟପୁର ଟାଉନ ପୋଲିସ ପହଞ୍ଚିଥିବା ବେଳେ କୋରାପୁଟରୁ ସନ୍ଧାନୀ କୁକୁର ସହ ସାଇନ୍ଟଫିକ ଟିମ ପହଞ୍ଚିଛନ୍ତି।



