ସରକାରଙ୍କ ନିଷ୍ପତ୍ତିକୁ ବିରୋଧ, ରାତି ସାରା ସରକାରୀ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ଚାଷୀ

9

ବରଗଡ,୦୪/୦୭/୨୧ (ଜିଲ୍ଲା ଖବର) :  ବରଗଡ଼ରେ ଥମୁନି ଚାଷୀ ଆନ୍ଦୋଳନ । ଅତାବିରା ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି ଅନ୍ଦୋଳନ କରୁଛନ୍ତି ଚାଷୀ । କାଲି ଚାଷୀଙ୍କୁ ସମର୍ଥନ ଜଣାଇ ଓକିଲ ସଂଘ ଓ ବ୍ୟବସାୟୀ ସଂଘ ପକ୍ଷରୁ ୧୨ ଘଣ୍ଟିଆ ଅତାବିରା ବନ୍ଦ ଡାକରା ଦିଆଯାଇଥିଲା । ତେବେ ମଣ୍ଡିରୁ ଆଉ ଧାନ ଉଠାଇବେନି ବୋଲି ରୋକଠୋକ ଶୁଣାଇଛନ୍ତି ରାଜ୍ୟ ସରକାର ।

ଧାନ କିଣା ଅବଧି ସରିଯାଇଥିବାରୁ ଆଉ ମଣ୍ଡିରୁ ଧାନ ଉଠାଯିବନି ବୋଲି କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସେପଟେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରାତି ସାରା ସରକାରୀ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଚାଷୀ । ଅତାବିରା ଅଞ୍ଚଳର ବିଭିନ୍ନ ମାର୍କେଟ ୟାର୍ଡରେ ଏବେ ବି ଧାନ ପଡ଼ି ରହିଛି । ଚାଷୀଙ୍କଠାରୁ ଧାନ କିଣିବାରେ ରାଜ୍ୟ ସରକାର ଫେଲ ମାରିଥିବା କହିଛନ୍ତି ଚାଷୀ । ଖୁବଶୀଘ୍ର ଏହାର ସମାଧାନ ନ ହେଲେ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି କୃଷକ ସଂଗଠନ ।