Saturday, November 14, 2026
Home ଆଞ୍ଚଳିକ ଆଜି 150 ସଂଖ୍ୟାଲଘୁ ବୁଦ୍ଧିଜୀବୀଙ୍କୁ ଭେଟିବେ ଆସାମ ମୁଖ୍ୟମନ୍ତ୍ରୀ

ଆଜି 150 ସଂଖ୍ୟାଲଘୁ ବୁଦ୍ଧିଜୀବୀଙ୍କୁ ଭେଟିବେ ଆସାମ ମୁଖ୍ୟମନ୍ତ୍ରୀ

7

୦୪/୦୭/୨୧ (ଜିଲ୍ଲା ଖବର) :  ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୌହାଟୀରେ ମୁସଲମାନ ସମ୍ପ୍ରଦାୟର ପ୍ରାୟ 150 ଜଣ ବୁଦ୍ଧିଜୀବୀଙ୍କୁ ଭେଟି ଆଜି ଜନସଂଖ୍ୟା ନୀତି ଉପରେ ଆଲୋଚନା କରିବେ । ଆସାମର ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ଏକ ବୃହତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି ଯେ ସେ ସଂଖ୍ୟାଲଘୁ ଛାତ୍ର ସଂଗଠନ ସଂଘକୁ ଭେଟି ଏହା ବିଷୟରେ ଆଲୋଚନା କରିସାରିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ସମସ୍ତଙ୍କ ମତରେ ଜନସଂଖ୍ୟା ଏବ ବିରାଟ ସମସ୍ୟା । ଯାହାର ସମାଧାନ କରାଯିବା ଦରକାର । ଏହି ପ୍ରସଙ୍ଗରେ ଆସାମରେ କୌଣସି ପ୍ରକାରର ବାବଦ ନାହିଁ ।

ଜନସଂଖ୍ୟା ନିୟନ୍ତ୍ରଣ ବିତର୍କରେ ଅନାବଶ୍ୟକ ବିବାଦ ସୃଷ୍ଟି କରିଥିବା ଲୋକଙ୍କୁ ସେ ଭର୍ସନା କରିଛନ୍ତି । ସେମାନେ ପରିସ୍ଥିତିର ଗମ୍ଭୀରତା ନବୁଝି ଏପରି କରୁଥିବା ନେଇ କରିଛନ୍ତି । ଯଦି ସଂଖ୍ୟାଲଘୁ ଲୋକଙ୍କ ମଧ୍ୟରେ ଦାରିଦ୍ର୍ୟତା ଦୂର ହେବ, ସେମାନଙ୍କ ଶିକ୍ଷା ନେଇ ସୁବ୍ୟବସ୍ଥା କରାଯିବ ତେବେ ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି ।