
୦୪/୦୭/୨୧ (ଜିଲ୍ଲା ଖବର) : ଆଜି ଅପରାହ୍ନ 5 ଟା ରେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂହ ଧାମି । ବିଜେପି ବିଧାୟକ ଦଳ ବୈଠକରେ ଧାମିଙ୍କ ନାଁ ଉପରେ ବାଜିଛି ମୋହର । ପ୍ରାୟ ୧ ଘଣ୍ଟା ଧରି ବିଧାୟକ ଦଳ ବୈଠକରେ ବିଭିନ୍ନ ନାଁ ଉପରେ ଆଲୋଚନା ହୋଇଥିଲା। ଶେଷରେ ୪୫ ବର୍ଷୀୟ ଧାମି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ସେ ରାଜ୍ୟରେ ୧୧ତମ ମୁଖ୍ୟମନ୍ତ୍ରୀ ହେବେ ।
୪୫ ବର୍ଷ ବୟସରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଧାମି ନୂଆ ଇତିହାସ ସୃଷ୍ଟି କରିଛନ୍ତି । ସେ ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଉତ୍ତରାଖଣ୍ଡ ବିଜେପି ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ସହ ୨ ଥର ବିଧାୟକ ହୋଇଥିବା ପୁଷ୍କରଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ବ ଆସ୍ଥା ପ୍ରକଟ କରିଛନ୍ତି ।
ପୁଷ୍କର ଧାମି ଉତ୍ତରାଖଣ୍ଡ ଖଟିମା ବିଧାନସଭା ଆସନରୁ ବିଧାୟକ ଥିବା ବେଳେ ଆର.ଏସ.ଏସ. ର ଜଣେ ସକ୍ରୀୟ ସଦସ୍ୟ । ୨ ଥର ବିଧାୟକ ହୋଇଥିଲେ ହେଁ ସେ କେବେ ହେଲେ ମନ୍ତ୍ରୀ ହୋଇ ନଥିଲେ । କିନ୍ତୁ ଏବେ ସେ ଶାସନ ଗାଦିର ସର୍ବୋଚ୍ଚ ସ୍ଥାନରେ ବସିବାକୁ ଯାଉଛନ୍ତି । ଜୁଲାଇ ୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ତୀରଥ ସିଂହ ରାୱତ ।


