Sunday, November 15, 2026
Home ଆଞ୍ଚଳିକ ଟିକା ନିଅନ୍ତୁ, କରୋନାକୁ ମାତ୍ ଦିଅନ୍ତୁ; କୁନି କୁନି ପିଲା ଦେଲେ ବାର୍ତ୍ତା

ଟିକା ନିଅନ୍ତୁ, କରୋନାକୁ ମାତ୍ ଦିଅନ୍ତୁ; କୁନି କୁନି ପିଲା ଦେଲେ ବାର୍ତ୍ତା

11

ଭୁବନେଶ୍ୱର,୦୪/୦୭/୨୧ (ଜିଲ୍ଲା ଖବର) : କୁନି ପିଲାଙ୍କ ବଡ଼ ସନ୍ଦେଶ । କୋଭିଡ ଭ୍ୟାକ୍ସିନ ନେବାକୁ କୁନି କୁନି ପିଲାଙ୍କ ସଚେତନତା ଭିଡିଓ । ଏଭଳି ଏକ ଭିଡିଓକୁ ଟ୍ୱିଟ କରି ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କୋଭିଡ-19ରୁ ରକ୍ଷା ପାଇବା ପାଇଁ ଟିକା ହିଁ ଏକମାତ୍ର ଅସ୍ତ୍ର । ଏହି କୁନି ପିଲାମାନେ ସୁନ୍ଦର ଭିଡ଼ିଓ ମାଧ୍ୟମରେ ଟିକା ନେବା ପାଇଁ ଯେଉଁଭଳି ଭାବରେ ସଚେତନତାର ବାର୍ତ୍ତା ଦେଇଛନ୍ତି ।  ତାହାକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।