Wednesday, November 11, 2026
Home ଆଞ୍ଚଳିକ ବିଳମ୍ବିତ ରାତିରେ ଆହତ ହାତୀକୁ ଠାବ କରି ଚିକିତ୍ସା କଲା ବନବିଭାଗ

ବିଳମ୍ବିତ ରାତିରେ ଆହତ ହାତୀକୁ ଠାବ କରି ଚିକିତ୍ସା କଲା ବନବିଭାଗ

7

ଖୋର୍ଦ୍ଧା,୦୪/୦୭/୨୧ (ଜିଲ୍ଲା ଖବର) :  ବେଗୁନିଆ ଦେଉଳି ପଞ୍ଚାୟତ ବଙ୍ଗେଇ ଜଙ୍ଗଲରେ ଠାବ ହୋଇଥିଲା ଏକ ଆହତ ହାତୀ । ବନବିଭାଗ ହାତୀଟିକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଥିବା ଜଣାପଡିଛି । ଗତ ଜୁନ ୨୩ ତାରିଖରେ ଏହି ଜଙ୍ଗଲରେ ଗୋଟିଏ ହାତୀ ଗୋଡରେ ଏକ ଖୁଣ୍ଟା ପଶି ଆହତ ହୋଇ ବୁଲୁଥିବା ସ୍ଥାନିୟ ଲୋକ ବନବିଭାଗକୁ ସୂଚନା ଦେଇଥିଲେ ।

ବନବିଭାଗ ହାତୀଟିକୁ ଠାବ କରିବାରେ ସକ୍ଷମ ହୋଇ ନ ଥିବା ବେଳେ ଗତ ରାତିରେ ଠାବ କରିଥିଲା । ଏହାକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା କରିଛି । ହାତୀଟି ସୁସ୍ଥ ହେବାପରେ ତାକୁ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।