Wednesday, November 11, 2026
Home ଆଞ୍ଚଳିକ ପୁର୍ବତନ ମଣ୍ଡଳସ୍ତରୀୟ ଫୁଟବଲ ଖେଳାଳୀଙ୍କ କରୋନାରେ ଦେହାନ୍ତ

ପୁର୍ବତନ ମଣ୍ଡଳସ୍ତରୀୟ ଫୁଟବଲ ଖେଳାଳୀଙ୍କ କରୋନାରେ ଦେହାନ୍ତ

206

ଜଟଣୀ,୩/୦୭(ଜିଲ୍ଲା ଖବର) : ପୁର୍ବତଟ ରେଳପଥ ଖୋର୍ଦ୍ଧାରୋଡ ରେଳମଣ୍ଡଳର ପୁର୍ବତନ ମଣ୍ଡଳସ୍ତରୀୟ ଫୁଟବଲ ଖେଳାଳୀ ସନ୍ଦିପ ମିଶ୍ର (ରାଜୁ ଭାଇ)ଙ୍କ କରୋନା ସଂକ୍ରମିତ ହୋଇ ଆଜି ମୃତ୍ୟୁ ବରଣ କରିଛନ୍ତି । ଦିର୍ଘଦିନଠାରୁ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଜିବନମରଣ ସମସ୍ୟା ମଧ୍ୟରେ ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ସେଠାରେ ତାଙ୍କର ଆଜି ଦେହାନ୍ତ ହୋଇଥିବା ପରିବାର ପକ୍ଷରୁ ସୁଚନା ମିଳିଛି । ପ୍ରସିଦ୍ଧ ଫୁଟବଲ ଖେଳାଳୀଭାବେ ଖୋର୍ଦ୍ଧାରୋଡ ମଣ୍ଡଳରେ ୧୯୯୨ମସିହାରେ ରାଜୁଭାଇ ଇଜିଂନିୟରୀ ବିଭାଗରେ ଚାକିରୀ ଜିବନ ଆରମ୍ଭ କରିଥିଲେ । ପୁର୍ବତଟ ରେଳପଥ ଅଧିନସ୍ଥ ସମସ୍ତ ମଣ୍ଡଳରେ ସ୍ୱର୍ଗତ ରାଜୁ ଜଣେ ଉଦୟମାନ ଖେଳାଳୀଭାବେ ପରିଚିତ ଅଟନ୍ତି । ୧୯୯୩ ମସିହାରେ ଆୟୋଜିତ ହୋଇଥିବା ଇଂଟରଡିଭିଜନ ରେଲୱେ ଚମ୍ପିୟନସିପ ଟୁର୍ଣ୍ଣାମେଂଟରେ ଖୋର୍ଦ୍ଧାରୋଡ ମଣ୍ଡଳକୁ ଚମ୍ପିୟନ କରାଇଥିଲେ ।ଜଟଣୀ ସହରରେ ରହିଥିବା ମା ଉତରାୟଣୀ ଫୁଟବଲ ଟିମ ଏବଂ ରେଡକ୍ଲବ ଫୁଟବଲ ଟିମରେ ଯୋଗଦେଇ ଲଗାତାରଭାବେ ୨ଥର ଦୁଇଦଳକୁ ଚମ୍ପିୟନ କରାଇ ଜଟଣୀ ସହରରେ ଗୈାରାବନ୍ୱିତ ହୋଇଥିଲେ । ଆଜି ଏହି ମୃତ୍ୟୁ ଖବର ପାଇବାପରେ ଜଟଣୀସ୍ଥ କୃପାସିନ୍ଧୁ ବିହାର ନିଜ ବାସଭବନରେ ଜାତୀୟ ସ୍ତରୀୟ ଫୁଟବଲ ଖେଳାଳୀ ହେମନ୍ତ କୁମାର ସୁନ୍ଦରାୟ,ରଶିଦ ବାଦଶାହ,ସତ୍ୟା ରାମ,ଚିନା ରାଓ,ଜିୟାଉଦ୍ଧିନ,ଆନନ୍ଦ ରାଓ ଓ ରଙ୍ଗନାଥ ବେହେରାଙ୍କ ସହିତ ଶତାଧିକ କ୍ରିଡାପ୍ରେମୀ ପହଁଚିଥିଲେ ।

ରିପୋର୍ଟ, ସଞ୍ଜୀବ କୁମାର ।