Saturday, November 14, 2026
Home ଆଞ୍ଚଳିକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମୋଦନ, ଟିକା ନେଇପାରିବେ ଗର୍ଭବତୀ ମହିଳା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମୋଦନ, ଟିକା ନେଇପାରିବେ ଗର୍ଭବତୀ ମହିଳା

15

ନୂଆଦିଲ୍ଲୀ,୦୩/୦୭/୨୧ (ଜିଲ୍ଲା ଖବର) : ଏଥର ଟିକା ନେଇପାରିବେ ଗର୍ଭବତୀ ମହିଳା।  ଗର୍ଭବତୀଙ୍କୁ ଟିକାକରଣ ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର । ନ୍ୟାସନାଲ ଟେକ୍ନିକାଲ  ଏଡଭାଇଜରି ଗ୍ରୁପ ଅଫ ଇମ୍ୟୁନାଇଜେଶନର ପ୍ରସ୍ଥାବକୁ ମଞ୍ଜୁରୀ ଦଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।  

କୋୱିନ ଆପରେ ପଞ୍ଜିକରଣ କରିପାରିବେ ଗର୍ଭବତୀ ମହିଳା । ଏବେ ଗର୍ଭବତୀ ମହିଳା ମାନେ ସିଧାସଳଖ ଭ୍ୟକ୍ସିନ ସେଣ୍ଟରକୁ ଯାଇ ଟିକା ନେଇପାରିବେ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଗର୍ଭବତୀ ମହିଳା ଯେକୌଣସି ଅବସ୍ଥାରେ ଟିକା ନେଇପାରିବେ । କରୋନାର ତୃତୀୟ ଲହରକୁ ନଜରରେ ରଖି ଟିକାକରଣକୁ ଜୋରଦାର କରିଛନ୍ତି ସରକାର ।