Wednesday, October 14, 2026
Home ଅପରାଧ ଭିଜିଲାନ୍ସ ହାତରେ ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର

ଭିଜିଲାନ୍ସ ହାତରେ ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର

40

ଭୁବନେଶ୍ୱର,୦୩/୦୭/୨୧ (ଜିଲ୍ଲା ଖବର) : ଭିଜିଲାନ୍ସ ହାତରେ ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର। ମହୁଲପାଟଣା ଫାଣ୍ଡି ପୁର୍ବତନ ଏ ଏସ ଆଇ ମଳୟ ରଣା ଗତ କିଛିଦିନ ତଳେ ଏକ ମାମଲା ର ରଫାଦଫା କରିବା ପାଇଁ ଜୈନିକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବା ବେଳେ କଳାହାଣ୍ଡି ଭିଜିଲାନ୍ସ ହାତରେ ଧରା ପଡିଥିଲେ । ସେହି କେସକୁ  ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର ରଫା ଦଫା କରିବା ପାଇଁ ଏଏସଆଇଙ୍କୁ ଲାଞ୍ଚ ମାଗିଥିଲେ । ତେବେ ଅଧିକାରୀ ଆଜି ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।  

ଭବାନୀପାଟଣା ଭିଜିଲାନ୍ସ ପିପି ଆଶୁତୋଷ ମିଶ୍ର ଏ ଏସ ଆଇ ଠାରୁ ୩ ଲକ୍ଷ ଦାବି କରୁଥିବା ବେଳେ ଆଜି ତାଙ୍କ ଟିଭି ସେଣ୍ଟର ପଡା ବାସଗୃହରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରିଥିଲା। ଏଥିରେ  କଟକ ଭିଜିଲାନ୍ସ ଟିମ ଚଢ଼ାଉ କରିଛନ୍ତି ।ମିଶ୍ର ଙ୍କୁ ଅଧିକ ପଚରା ଉଚରା ପାଇଁ ଭବାନୀ ପାଟଣା ଭିଜିଲାନ୍ସ ଅଫିସରେ ଅଟକ ରଖାଯାଇଛି । ଅଧିକ ତଦନ୍ତ ଚାଲିଛି ପରେ ଜଣାପଡ଼ିବ ବୋଲି ଜଣାପଡିଛି ।