Thursday, November 12, 2026
Home ଆଞ୍ଚଳିକ ବଂଶଧାରା ବ୍ୟାରେଜକୁ ନେଇ ବିଜେଡିକୁ ବିଜେପିର ପ୍ରଶ୍ନ

ବଂଶଧାରା ବ୍ୟାରେଜକୁ ନେଇ ବିଜେଡିକୁ ବିଜେପିର ପ୍ରଶ୍ନ

13

ଭୁବନେଶ୍ୱର, ୦୩/୦୭/୨୧ (ଜିଲ୍ଲା ଖବର) : ବଂଶଧାରା ନଦୀ ଉପରେ ନେରେଡି ବ୍ୟାରେଜ ନିର୍ମାଣ ପ୍ରସଙ୍ଗ । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲା ବିଜେପି । ରାୟ ଆସିବାର 12 ଦିନ ପରେ  ବି କାହିଁକି ଓଡ଼ିଶା ସରକାର ଚୁପ୍ ତାକୁ ନେଇ ଅସନ୍ତୋଷ ଜାହିର କଲା । ସରଜମିନ ସ୍ଥିତି ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ରଖିଛି ବିଜେପି ଟିମ ।

ବ୍ରିଜ ନିର୍ମାଣ ହେଲେ ଗଜପତି, ରାୟଗଡ଼ା ଓ ଗଞ୍ଜାମରେ ପଡ଼ିବ ପ୍ରଭାବ । ଓଡ଼ିଶା ସରକାର ସୁପ୍ରିମକୋର୍ଟରେ କେବଳ ଲୋକ ଦେଖାଣିଆ କେସ ଦେଇ ଚୁପ୍ ବସି ଯାଇଛନ୍ତି । ସେପଟେ ଆନ୍ଧ୍ର ଓଡ଼ିଶାକୁ ନ ଜଣାଇ କାମ ଆରମ୍ଭ କରିଛି । ରାଜ୍ୟର ଗୁଇନ୍ଦା ବିଭାଗ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା ସ୍ପଷ୍ଟ ହୋଇଛି । ତେବେ ବିଡମ୍ବନାର କଥା ହେଉଛି, ରାଜ୍ୟ ସରକାର ରାୟ ସପକ୍ଷରେ ନା ବିପକ୍ଷରେ ସେ କଥା ମଧ୍ୟ ସ୍ପଷ୍ଟ କରିନାହାନ୍ତି ।

ଗଜପତିନଗର, କାଶୀନଗର ଓ ରାୟଗଡ଼ାର ଗୁଡ଼ାରି ଓ ଗୁଣୁପୁର ବଡ଼ କ୍ଷତି କଥା ବିଜେପି କହିଛି । ଏଭଳି ସ୍ଥିତିରେ ଦଳ, ଲୋକଙ୍କ ସହ ଠିଆ ହେବ । ଦରକାର ପଡ଼ିଲେ ଆନ୍ଦୋଳନରେ ମଧ୍ୟ ସାମିଲ ହେବ । ବିଜେପି ଦାବି କରିଛି, ଟ୍ରିବ୍ୟୁନାଲ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରୁ ଓଡ଼ିଶା । ଆନ୍ଧ୍ର ପାଖରେ ଓଡ଼ିଶାର ବାକିଥିବା 4 କୋଟି 16 ଲକ୍ଷ ଟଙ୍କା ଆଦାୟ କରୁ । ମୁଖ୍ୟମନ୍ତ୍ରୀ ନିଜେ ଏ ପ୍ରସଙ୍ଗ ଉପରେ ନଜର ରଖନ୍ତୁ ।