ନାରାୟଣପୁରରେ ବଡ ଧରଣର ନକ୍ସଲ ହମଲା, ସୁରକ୍ଷାକର୍ମୀ-ନକ୍ସଲ ମଧ୍ୟରେ ଗୁଳିବନିମୟ ଜାରି

59

ମାଲକାନଗିରି, ୦୩/୦୭/୨୧ (ଜିଲ୍ଲା ଖବର) :  ଛତିଶଗଡ ନାରାୟଣପୁରରେ ବଡ ଧରଣ ନକ୍ସଲ ହମଲା । ନାରାୟଣପୁର ଜିଲ୍ଲା ଆମାଦାଇ ଘାଟିରେ  ଉଭୟ ସରୁକ୍ଷା କର୍ମୀ ଓ ନକ୍ସଲ ମଧ୍ୟରେ ଗୁଳିବିନମୟ ଜାରି । ଏନେଇ ସୂଚନା ଦେଇଛନ୍ତି ନାରାୟଣପୁର ଏସପି ମୋହିତ ଗର୍ଗ ।

ରାସ୍ତା କାମରେ ନିୟୋଜିତ 4ଟି ଗାଡି ପୋଡିଦେଇଛନ୍ତି ନକ୍ସଲ । ରାସ୍ତା କାମରେ ନିୟୋଜିତ 2 ଅପରେଟର ଏବେ ନକ୍ସଲ କବଜାରେ ଥିବା ସନ୍ଦେହ କରାଯାଉଛି । ପ୍ରାୟ ହଜାରେରୁ ଅଧିକ ନକ୍ସଲ ସାମିଲ ହୋଇଥିବା ସୂଚନା । ଖଣିର କିଛି କର୍ମଚାରୀଙ୍କୁ ମଧ୍ୟ ନକ୍ସଲମାନେ କବଜାକୁ ନେଇଥିବା ସୂଚନା ।