
୦୩/୦୭/୨୧ (ଜିଲ୍ଲା ଖବର) : ଷ୍ଟାର ଦମ୍ପତ୍ତି ଆମିର ଖାନ ଓ କିରନ ପରସ୍ପରକୁ ଛାଡପତ୍ର ଦେଇଥିବା ନେଇ ଘୋଷଣା କରିଛନ୍ତି । ନିକଟରେ ନିଜର 15 ତମ ବିବାହ ବାର୍ଷିକୀ ସେଲିବ୍ରେଟ କରିଥିଲେ । ତେବେ ଉଭୟଙ୍କ ଆପୋଷ ବୁଝାମଣାରେ ହିଁ ଛାଡପତ୍ର ଦେଇଥିବା ନେଇ କହିଛନ୍ତି ।
ତେବେ ସେମାନେ ଜାରି କରିଥିବା ବିବୃତ୍ତିରେ କହିଛନ୍ତି ଆଗକୁ ସେମାନେ ସାଙ୍ଗ ହୋଇ ରହିବେ । ନିଜର ସମସ୍ତ ପ୍ରଫେସନାଲ କାର୍ଯ୍ୟ ମଧ୍ୟ କରିବେ । ଏହାସହ ଉଭୟ ଏକମାତ୍ର ପୁଅ ଅଜାଜ୍ କେୟାର ମଧ୍ୟ ନେବେ । ଦୀର୍ଘ 15 ବର୍ଷ ମଧ୍ୟରେ ଆମେ ଲାଇଫ୍ କୁ ଖୁବ ଏନଜଏ କରିଛୁ । ସୁଖ, ଦୁଃଖ ସବୁ ଦେଖିଛୁ ।
ଏବେ ଆମ ଜୀବନରେ ଏ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ । ସ୍ୱାମୀ ସ୍ତ୍ରୀ ହିସାବରେ ନୁହେଁ ବରଂ ଏକ ସନ୍ତାନର ପିତାମାତା ଓ ପରିବାର ନିଜ ନିଜ ପାଇଁ ବଞ୍ଚିବାକୁ ଚାହୁଁଛୁ । ଛାଡପତ୍ର ନେଇ କିଛିଦିନ ପୂର୍ବରୁ ହିଁ ପ୍ଲାନ କରିଥିବା ବିବୃତ୍ତିରେ କହିଛନ୍ତି ବଲିଉଡର ମିଷ୍ଚର ପରଫେକସନିଷ୍ଟ ଓ ପ୍ରଡ୍ୟୁସର କିରନ ରାଓ ।




