
ପୁରୀ,୦୩/୦୭/୨୧ (ଜିଲ୍ଲା ଖବର) : ପୁରୀ ବଡଦାଣ୍ଡରେ ଛାତ ଉପରେ ରହି ରଥାଯାତ୍ରା ଦେଖିବା ମନା । ଘରେ ରହି ରଥଯାତ୍ରା ଦେଖିବେ ଶ୍ରୀକ୍ଷେତ୍ରବାସୀ । ଗତକାଲି ଘର ଛାତ ଉପରେ ରହି ରଥ ଯାତ୍ରା ଦେଖିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏଥିରେ ପରିବର୍ତ୍ତନ କଲା ଜିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।
ବଡଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଉପରେ ରହି ରଥାଯାତ୍ରା ଦେଖିପାରିବେନି ଲୋକେ । ରଥଯାତ୍ରା ବେଳେ ପୁରୀ ଟାଉନରେ କର୍ଫ୍ୟୁ ବଳବତ୍ତର ରହିବ । ରଥଯାତ୍ରାର ଗୋଟିଏ ଦିନ ପୂର୍ବ ଓ ପରଦିନ ଅପରାହ୍ନ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ପୁରୀରେ ଥିବା ହୋଟେଲ ଅନୁସନ୍ଧାନ କରି ଖାଲି କରିବ ପୋଲିସ ।



