Monday, October 12, 2026
Home ଅପରାଧ ଭୁଲ୍ ଇଞ୍ଜେକସନ ଯୋଗୁଁ ମହିଳାଙ୍କ ମୃତ୍ୟୁ ! ହସ୍ପିଟାଲରେ ଉତ୍ତେଜନା

ଭୁଲ୍ ଇଞ୍ଜେକସନ ଯୋଗୁଁ ମହିଳାଙ୍କ ମୃତ୍ୟୁ ! ହସ୍ପିଟାଲରେ ଉତ୍ତେଜନା

29

ଭୁବନେଶ୍ୱର,୦୩/୦୭/୨୧ (ଜିଲ୍ଲା ଖବର) :  ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଭୁବନେଶ୍ୱରର ବିବେକାନନ୍ଦ ହସ୍ପିଟାଲରେ ଦେଖାଦେଇଛି ଉତ୍ତେଜନା । ଭୁଲ ଚିକିତ୍ସା ଯୋଗୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବିବାହର ମାତ୍ର 12 ଦିନ ପରେ ମହିଳାଙ୍କ ଅସ୍ଵାଭାବିକ ମୃତ୍ୟୁକୁ ନେଇ ମେଣ୍ଢାଶାଳ ଗ୍ରାମବାସୀ ହସ୍ପିଟାଲରେ ହୋହଲ୍ଲା କରିଛନ୍ତି ।

ମୃତ ମହିଳା ପ୍ରିୟଙ୍କା ପଟ୍ଟନାୟକ । ଗତକାଲି ବିଳମ୍ବିତ ରାତିରେ ବେକରେ ରକା ପସି ଯାଇଥିବାରୁ ରାତି ସାରା ଶୋଇପାରିନଥିଲେ ମହିଳା । ପରେ ତାଙ୍କ ସ୍ୱାମୀ ତାଙ୍କୁ ମେଡିକାଲ ଆମିଥିଲେ । ଡାକ୍ତର ଇଞ୍ଜେକ୍ସନ ଦେବା ପରେ ତାଙ୍କର ହଠାତ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ମୃତ୍ୟୁର କାରଣ ପଚାରିବାରୁ ମୃତ ମହିଳାଙ୍କ ଭାଇଙ୍କୁ ହସ୍ପିଟାଲ ସିକ୍ୟୁରିଟି ଅଫିସର ମାରପିଟ୍ କରିଥିବା ସେ ଅଭିଯୋଗ କରିଛନ୍ତି ।  ନୟାପଲ୍ଲୀ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି  ।