Home ଅପରାଧ କୋରାପୁଟରେ ପୋଲିସ ଉପରକୁ ଆକ୍ରମଣ

କୋରାପୁଟରେ ପୋଲିସ ଉପରକୁ ଆକ୍ରମଣ

13

କୋରାପୁଟ, ୦୩/୦୭/୨୧ (ଜିଲ୍ଲା ଖବର) : କୋରାପୁଟରେ ପୋଲିସ ଉପରକୁ ଆକ୍ରମଣ । କାକିରିଗୁମା IIC ଉଲାଶ ରାଉତଙ୍କୁ ଆକ୍ରମଣ କରିଥିଲେ ଗ୍ରାମବାସୀ । ଏହି ମାମଲାରେ ମେରକା ଗାଁରୁ 5 ଜଣଙ୍କୁ ଗିରଫ କରିଛି ପୋଲିସ ।

ଗତକାଲି ବାରିଗାଁ ନିକଟରେ ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ କେନ୍ଦ୍ରକରି ଦେଖାଦେଇଥିଲା ଉତ୍ତେଜନା । ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଅବରୋଧ ହଟାଇବା ବେଳେ ପୋଲିସକୁ ଆକ୍ରମଣ କରିଥିଲେ ସ୍ଥାନୀୟ ଲୋକେ ।

ବାରିଗାଁ  ଓଭରବ୍ରିଜ ନିକଟରେ ଘଟିଥିଲା ଦୁର୍ଘଟଣା । ARSS ଟିପୋର୍ ଗାଡ଼ିର ଧକ୍କାରେ ବାଇକ ଚାଳକ ମୃତ୍ୟୁ ଅଭିଯୋଗ ଆସିଥିଲା । ମୃତକ ହେଲେ ନେରେକା ଗାଁର 30 ବର୍ଷୀୟ ଲଳିତ ।