Wednesday, October 14, 2026
Home ଅପରାଧ ଡିନୋ ମୋରିଆଙ୍କ କୋଟି କୋଟି ସମ୍ପତ୍ତି ଜବତ କଲା ଇଡି

ଡିନୋ ମୋରିଆଙ୍କ କୋଟି କୋଟି ସମ୍ପତ୍ତି ଜବତ କଲା ଇଡି

12

ମୁମ୍ବାଇ, ୦୩/୦୭/୨୧ (ଜିଲ୍ଲା ଖବର) : ବଲିଉଡ ଇଣ୍ଡଷ୍ଟ୍ରିରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦୁଇ ଜଣଙ୍କୁ ତାଙ୍କ ହେପାଜତରେ ନେଇଛି। ପ୍ରଥମେ ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ୟାମି ଗୌତମଙ୍କୁ ଡକାଇଥିଲେ। ଏହା ପରେ, ଅଭିନେତା ଡିନୋ ମୋରିଆଙ୍କ କୋଟି କୋଟିର ସମ୍ପତ୍ତି ଜବତ ହୋଇଛି ବୋଲି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କହିଛି। ଷ୍ଟର୍ଲିଂ ବାୟୋଟେକ ବ୍ୟାଙ୍କ ଠକେଇ ଏବଂ ମନି ଲଣ୍ଡରିଂ ମାମଲାରେ ଇଡି ଏହି ପଦକ୍ଷେପ ନେଇଛି।

ଡିନୋ ମୋରିଆଙ୍କ ବ୍ୟତୀତ କଂଗ୍ରେସର ସ୍ୱର୍ଗତ ନେତା ଅହମ୍ମଦ ପଟେଲଙ୍କ ଜ୍ବାଇଁ, ଅଭିନେତା ସଞ୍ଜୟ ଖାନ ଏବଂ ଡିଜେ ଆକିଲଙ୍କ ସମ୍ପତ୍ତି ମଧ୍ୟ ଜବତ କରାଯାଇଛି। ପ୍ରାୟ ୧୬,୦୦୦ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏହା ଏକ ବଡ଼ ବ୍ୟାଙ୍କ ସ୍କାମ ବୋଲି ଇଡି ଅଭିଯୋଗ କରିଛି। ପିଏନବି ମାମଲାରେ ଜଡିତ ପରିମାଣ ପ୍ରାୟ ୧୩,୪୦୦ କୋଟି ଟଙ୍କା ହୋଇଛି।