Monday, October 19, 2026
Home ଆଞ୍ଚଳିକ ଭାରତୀୟ ସେନାକୁ ବଡ ସଫଳତା; ୫ ଆତଙ୍କବାଦୀ ନିହତ

ଭାରତୀୟ ସେନାକୁ ବଡ ସଫଳତା; ୫ ଆତଙ୍କବାଦୀ ନିହତ

11

ନୂଆଦିଲ୍ଲୀ,୦୩/୦୭/୨୧ (ଜିଲ୍ଲା ଖବର) : ଜାମ୍ମୁ କାଶ୍ମୀରରେ ଭାରତୀୟ ସେନାକୁ ବଡ ଧରଣର ସଫଳତା । ପୁଲଓ୍ବାମା ଜିଲ୍ଲାରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିମାଡ ଫଳରେ ଲସ୍କର-ଏ-ତୋଏବାର ୪ ଜଣ ଆତଙ୍କବାଦୀଙ୍କ ସମେତ ମୋଟ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳିମାଡ ବେଳେ ଜଣେ ଭାରତୀୟ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ଭାରତୀୟ ସେନା ପକ୍ଷରୁ ପୁଲଓ୍ବାମା ଜିଲ୍ଲାର ରାଜପୁରା ସ୍ଥିତ ହାଜିନ ଗାଁରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସଂପୃକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିଥିଲା । ଏହାପରେ ଉକ୍ତ ଗାଁକୁ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା । ଆତଙ୍କବାଦୀମାନେ ସେନା ଉପରକୁ ପ୍ରଥମେ ଗୁଳିମାଡ କରିଥିଲେ । ଜବାବରେ ଭାରତୀୟ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ଆରମ୍ଭ କରାଯାଇଥିଲା । ଗୁଳିମାଡ ବେଳେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଧିକ ସଂଖ୍ୟକ ଆତଙ୍କବାଦୀ ଥିବାରୁ ସେଠାକୁ ଅତିରିକ୍ତ ସୁରକ୍ଷାବଳ ପଠାଯାଇଥିଲା । ସର୍ଚ୍ଚ ଅପରେସନ ବେଳେ ୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା ।