
ବାଲେଶ୍ଵର,୦୩/୦୭/୨୧ (ଜିଲ୍ଲା ଖବର) : ବାଲେଶ୍ଵର ଜିଲ୍ଲା ଖଇରା ଥାନା ତିଳଦା ଗାଁ ରେ ଜଣେ ନାବାଳିକାର ବିବାହ ବନ୍ଦ କଲା ଖଇରା ଚାଇଲ୍ଡ ଲାଇନ। ଆଜି ହଠାତ ଖଇରା ଚାଇଲ୍ଡ ଲାଇନ ବିଶେଷ ସୂତ୍ରରୁ ଜଣେ ନାବଳିକାର ବିବାହ ହେଉଥିବା ନେଇ ଖବର ପାଇଥିଲା।
ବିବାହ କରୁଥିବା ଜୈନିକ ନାବାଳିକା ଜଣକ ହେଉଛନ୍ତି ତିଳଦା ଗାଁର ବାବୁ ଦାସଙ୍କର ୧୬ ବର୍ଷୀୟା ଝିଅ । ଏହି ନାବାଳିକା ଜଣକ ସେହି ଗ୍ରାମର ଜଣେ ଯୁବକଙ୍କୁ ବିବାହ କରିବାର ଥିଲା। ଖଇରା ଚାଇଲ୍ଡ ଲାଇନ ଏହି କଥା ଜାଣିବାପରେ ଖଇରା ପୋଲିସ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବିବାହକୁ ବନ୍ଦ କରିଛି।
ପରିବାର ଲୋକେ ଜୈନିକ ନାବାଳିକାଙ୍କ ବୟସ ପ୍ରମାଣ ପତ୍ର ଦେଖାଇନପାରିବାରୁ ଅଙ୍ଗନବାଡି କର୍ମୀଙ୍କ ରେଜିଷ୍ଟର ଆଧାରରେ ବୟସ ପ୍ରମାଣ ମିଳିଥିଲା। ପରେ ନାବାଳିକାର ବାପା ୧୮ ବର୍ଷ ହେବା ପରେ ବିବାହ କରିବା ପାଇଁ ଚାଇଲ୍ଡ ଲାଇନକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ପରେ ସେଠାରୁ ଚାଇଲ୍ଡ ଲାଇନ ଫେରି ଆସିଥିଲେ।



