
ପୁରୀ,୦୩/୦୭/୨୧ (ଜିଲ୍ଲା ଖବର) : ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ରଥଯାତ୍ରା ନେଇ ଅପରାହ୍ନ ୪ଟା ୩୦ରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ । ରଥଯାତ୍ରାକୁ କିଭଳି ସୁରୁଖୁରୁରେ ସମ୍ପାଦନା କରାଯିବ, ସେ ନେଇ ବୈଠକରେ ସମୀକ୍ଷା କରାଯିବ ।
ଭର୍ଚୁଆଲ ବୈଠକରେ ଛତିଶା ନିଯୋଗର ସମସ୍ତ ସେବାୟତ ପ୍ରତିନିଧି ମାନେ ଉପସ୍ଥିତ ରହିବେ । ଶୃଙ୍ଖଳିତ ଓ କୋଭିଡ ନିୟମ ପାଳନ କରି କିଭଳି ମହାପ୍ରଭୁଙ୍କ ଘୋଷଯାତ୍ରା ହେବ ସେନେଇ ବୈଠକରେ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ।



