ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଅତାବିରା ଓକିଲ ଓ ବ୍ୟବସାୟୀ ସଙ୍ଘର 12 ଘଣ୍ଟିଆ ବନ୍ଦ ଡାକରା

5

ବରଗଡ,୦୩/୦୭/୨୧ (ଜିଲ୍ଲା ଖବର) :  ତେଜୁଛି ଚାଷୀ ଆନ୍ଦୋଳନ, ବାହାରି ପାରୁନି ନିଷ୍କର୍ସ । ଚାଷୀ ଅନ୍ଦୋଳନକୁ ସମର୍ଥନ ଜଣାଇଛି ବରଗଡ଼ ଅତାବିରା ଓକିଲ ସଂଘ ଓ ବ୍ୟବସାୟୀ ସଂଘ । ସଂଘ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ  ଆହ୍ବାନ ଦେଇଛି ସଂଘ ।

ସେପଟେ ଚାଷୀଙ୍କ ସମସ୍ୟାର ସମାଧାନ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କୃଷକ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଅତାବିରା ଅଞ୍ଚଳର ବିଭିନ୍ନ ମାର୍କେଟ ୟାର୍ଡରେ ଏବେ ବି ଧାନ ପଡ଼ି ରହିଛି । ଯାହାକୁ ନେଇ ରାଜ୍ୟ କୃଷକ ସଂଗଠନ ଆହ୍ୱାନ କ୍ରମେ ଅତାବିରା ବ୍ଲକ, ତହସିଲ, ଏନଏସି ଓ କୃଷି ସମବାୟ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି ଆନ୍ଦୋଳନ କରୁଛନ୍ତି ଚାଷୀ ।