
୦୩/୦୭/୨୧ (ଜିଲ୍ଲା ଖବର) : ଆଜି ଗୁଗୁଲ ପାଳୁଛି ପାରାଅଲମ୍ପିକର ଜନକ ଡଃ ସାର୍ ଲୁଡ ୱିଗ୍ ଗୁଟମ୍ୟାନଙ୍କ ଜନ୍ମଦିନ । ତାଙ୍କୁ ସମ୍ମାନ ଜଣାଇ ଗୁଗୁଲ ଡୁଡୁଲରେ ଲୁଡୱିଗ୍ ଗୁଟମ୍ୟାନଙ୍କ ପ୍ରତିଛବି ସ୍ଥାନ ପାଇଛି । ଜର୍ମାନ ଜନ୍ମିତ ବ୍ରିଟିଶ ସ୍ନାୟୁବିଜ୍ଞାନୀ ପ୍ରଫେସର ସାର୍ ଲୁଡୱିଗ୍ “ପପ୍ପା” ଗୁଟମ୍ୟାନଙ୍କ ଆଜି ହେଉଛି 122 ତମ ଜନ୍ମବାର୍ଷିକୀ ।
ତାଙ୍କ ଚେଷ୍ଟା ଯୋଗୁଁ ଆଜି ପାରାଅଲମ୍ପିକ ଆଥଲେଟଙ୍କର ଦକ୍ଷତା ସାରା ବିଶ୍ୱରେ ସ୍ୱୀକୃତିପ୍ରାପ୍ତ । ତାଙ୍କ ଉଦ୍ୟମ ଯୋଗୁଁ ହିଁ ପାରାଅଲମ୍ପିକ ଗେମ୍ ଭିନ୍ନକ୍ଷମଙ୍କ ଅଧିକାର ଏବଂ ସ୍ୱାଧୀନତାକୁ ପ୍ରୋତ୍ସାହନ ଦେଉଛି ।
ସାର୍ ଲୁଡୱିଗ୍ ଗୁଟମ୍ୟାନ୍ ଜର୍ମାନର ଟୋଷ୍ଟ (ବର୍ତ୍ତମାନ ଟୋସେକ, ପୋଲାଣ୍ଡ) ରେ 3 ଜୁଲାଇ 1899 ରେ ଜନ୍ମଗ୍ରହଣ କରିଥିଲେ । ଏବଂ 1924 ମସିହାରେ M.D ଉପାଧି ପାଇଥିଲେ । ତାଙ୍କୁ 30 ବର୍ଷ ହେବା ପୂର୍ବରୁ ହିଁ ସେ ଅନେକ ନ୍ୟୁରୋ ସର୍ଜିକାଲ ଉପରେ କାମ ଆରମ୍ଭ କରିଥିଲେ । ଏହାସହ ସେ ସ୍ପାଇନାଲ କର୍ଡ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ । ଜର୍ମାନୀର ଟପ୍ ନ୍ୟୁରୋଲୋଜିଷ୍ଟଙ୍କ ମଧ୍ୟରୁ ସେ ଜଣେ ।


