
ଜଗତସିଂହପୁର, ୦୩/୦୭/୨୧ (ଜିଲ୍ଲା ଖବର) : ସ୍ତ୍ରୀ ଓ ଝିଅକୁ ଧାରୁଆ ଅସ୍ତ୍ରରେ ହାଣି ସ୍ୱାମୀ ରଶି ଲଗାଇ ଆତ୍ମହତ୍ୟା କରିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଥାନା ଓଡିଶୋ ପଞ୍ଚାୟତ ଚାନ୍ଦପାଟଣା ଗାଁରେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।
ଅନ୍ୟପଟେ ଝିଅର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ କଳ୍ପନା ପାଳ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ସ୍ୱାମୀ ହେଲେ ସଦରଥାନା ଜୋତ ଗ୍ରାମର ଲୋକନାଥ ପାଳ ଓ ଝିଅ ନଖି ପାଳ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ ଆରମ୍ଭ କରିଛି । ଅଭାବଅନଟନରୁ ଏପରି ହୋଇଥାଏପାରେ ବୋଲି ଅନୁମାନ କରାଯାଉଛି ।



