Thursday, November 12, 2026
Home ଆଞ୍ଚଳିକ ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ

ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ

9

୦୩/୦୭/୨୧ (ଜିଲ୍ଲା ଖବର) : ଆସନ୍ତା ଜୁଲାଇ ୧୯ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏହା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥର ମୋଟ ୨୦ଟି କାର୍ଯ୍ୟଦିବସ ରହିବ । ଅଧିବେଶନ ସମୟରେ ସଂସଦରେ କୋଭିଡ-୧୯ ମାର୍ଗଦର୍ଶିକା କଡାକଡି ଭାବେ ପାଳନ କରାଯିବ । ଏଥିରେ ଯୋଗଦେବାକୁ ଯାଉଥିବା ସାଂସଦମାନେ ଅତିକମ୍‌ରେ ଗୋଟିଏ ଡୋଜ୍‌ କୋଭିଡ ପ୍ରତିଷେଧକ ଟିକା ନେଇଥିବା ଆବଶ୍ୟକ ।

ଜୁଲାଇ ତୃତୀୟ ସପ୍ତାହରେ ସାଧାରଣତଃ ମୌସୁମୀ ଅଧିବେଶନ ବସେ ଏବଂ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୁଏ । ଏଥର ପ୍ରାୟତଃ ତାହା ହୋଇଛି । ଜୁନ ୧୯ ସୁଦ୍ଧା ଲୋକସଭାର ପ୍ରାୟ ୪୦୦ ସଦସ୍ୟ ଟିକା ନେଇସାରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ଆହୁରି ଅଧିକ ହେବ । ଲୋକସଭାର କାର୍ଯ୍ୟ ବିବରଣୀ ସଂଗ୍ରହ କରିବାକୁ ଯିବାକୁ ଥିବା ସବୁ ସାମ୍ବାଦିକମାନଙ୍କର ଟିକାକରଣ କରାଯିବ । ଏଥିପାଇଁ ଲୋକସଭା ସଚିବାଳୟ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

ତେବେ କେଉଁ ସମୟରେ ଅଧିବେଶନ ଆରମ୍ଭ ହେବ ଓ କେତେବେଳ ପର୍ଯ୍ୟନ୍ତ ଚାଲିବ ତାହା ପରବର୍ତ୍ତୀ ସମୟରେ କୋଭିଡ-୧୯ ସ୍ଥିତିକୁ ଦେଖି ବିଚାର କରାଯିବ । ପୂର୍ବରୁ କେତେକ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ବସୁଥିଲା । ପ୍ରଥମେ ରାଜ୍ୟସଭା ଅଧିବେଶନ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲୁଥିଲା । ଅପରାହ୍ନ ୪ଟାରେ ଲୋକସଭା ଅଧିବେଶନ ଆରମ୍ଭ ହେଉଥିଲା । କିନ୍ତୁ ଗତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଦେଶରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବାରୁ ଉଭୟ ଗୃହର କାର୍ଯ୍ୟ ସ୍ୱାଭାବିକ ସମୟରେ କରାଯାଇଥିଲା ।